ଓଡିଶା

odisha

ETV Bharat / state

ଟିକେଟ ପଲିଟିକ୍ସ: ବଡଚଣାରେ ପୁଣି କୁହୁଳିଲା ଅସନ୍ତୋଷ

ଜିଲ୍ଲାରେ ବିଜେପି ବିଧାୟକ ଟିକେଟ ଘୋଷଣା ହେବାପରେ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଧୀରେ ଧୀରେ ବଢିବାରେ ଲାଗିଛି।

By

Published : Mar 25, 2019, 8:31 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ଜିଲ୍ଳାରେ ବିଜେପି ବିଧାୟକ ଟିକେଟ ଘୋଷଣା ହେବାପରେ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଧୀରେ ଧୀରେ ବଢିବାରେ ଲାଗିଛି। ବଡଚଣାରୁ ଅମର ନାୟକଙ୍କୁ ବିଜେପି ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଥମେ ଏନେଇ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଅସନ୍ତୋଷ ଜାହିର କରିଥିଲେ ଦଳର ପୁରୁଣା କର୍ମୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉଦୟନାଥ ସାହୁ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଏବେ ଉଦୟଙ୍କ ସହ ସ୍ୱର ମିଳାଇ ଅମର ନାୟକଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି ରାଜ୍ୟ ବିଜେପି ସମ୍ପାଦିକା ସିମନ୍ତିନୀ ଜେନା। ନିଜର ଅନୁଗତଙ୍କୁ ନେଇ ଉଭୟ ଉଦୟନାଥ ସାହୁ ଓ ସିମନ୍ତିନୀ ଜେନା ଏକ ବୈଠକ କରି ଆଗାମୀ ରଣନୀତି ପ୍ରସ୍ତୁତ କରିଛନ୍ତି। ସିମନ୍ତିନୀ ଗତ ୨୦୧୪ ମସିହାରେ ବଡଚଣାରୁ ବିଜେପି ଟିକେଟରେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ। କିନ୍ତୁ ଦଳ ତାଙ୍କୁ ରାଜ୍ୟ ସମ୍ପାଦିକା ଭଳି ଗୁରୁତ୍ୱପୂର୍ଣ୍ଣପଦବୀରେ ବସାଇଥିଲା।

୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ସିମନ୍ତିନୀଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରି ଭୋଟ ହାର ବଢାଇବାକୁ ସକ୍ଷମ ହୋଇଥିଲା। ଏସବୁକୁ ନେଇ ସିମନ୍ତିନୀ ଏଥର ବିଜେପି ଟିକେଟ ପାଇବେ ବୋଲି ଆଶା ରଖିଥିବାବେଳେ ଦଳ ତାଙ୍କ ପ୍ରତି ଅନ୍ୟାୟ କରିଛି। ତାଙ୍କ ଭିତରେ ଦୁଃଖ ଓ ଅସନ୍ତୋଷ ରହିଛି ବୋଲି ସିମନ୍ତିନୀ କହିଛନ୍ତି।

ତେବେ ବିଧାୟକ ପ୍ରାର୍ଥିତ୍ୱକୁ ସେ ବିରୋଧ କରୁଥିବାବେଳେ ମୋଦିଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଏହି ବୈଠକରେ ଉଦୟନାଥ ସାହୁ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details