ଯାଜପୁର:ସୁଦୂର ସାଉଦି ଆରବରୁ ଉଦ୍ଧାର ହେଲେ ୩ ଯୁବ ଶ୍ରମିକ । ଯାଜପୁର ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ପରେ ଉକ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେପଟେ ଆଉ ୨ ଜଣ ଶ୍ରମିକ ସାଉଦି ଆରବରେ ଫସି ରହିଛନ୍ତି । ଗତ ୨୦୨୦ ମସିହାରେ କାମ ପାଇଁ ଏହି ଶ୍ରମିକମାନେ ବିଦେଶ ଯାଇଥିବାବେଳେ ଆଉ ଫେରି ପାରିନଥିଲେ ।
ଗତ ୨୦୨୦ ମସିହାରେ ମହାମାରୀ ଆସିବା ପୂର୍ବରୁ ଜିଲ୍ଲାର ପ୍ରାୟ ୫ ଜଣ ଯୁବ ଶ୍ରମିକ ବୃତ୍ତି ଆଶାରେ ସାଉଦି ଆରବ ଗସ୍ତ କରିଥିଲେ । ସେଠାରେ ସେମାନେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ମହାମାରୀ ଆସିବା ପରେ ସେମାନେ ଆଉ ଭାରତ ଫେରି ପାରିନଥିଲେ । ସେଠାରେ ତାଙ୍କୁ ମାଲିକ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି । ଏହାସହ କମ୍ପାନୀ ମାଲିକ ତାଙ୍କୁ ମିଥ୍ୟା ଚୋରି ମାମଲାରେ ମଧ୍ୟ ଫସାଇ ଦେଇଥିଲା ।