ଓଡିଶା

odisha

ETV Bharat / state

ବନ୍ୟା ପାଣିରେ ଭାସିଯାଇ ତାଳଗଛରୁ ଉଦ୍ଧାର ହେଲେ ଯୁବକ

ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ହଠାତ ବୃଦ୍ଧି ଫଳରେ ଭାସିଗଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଞ୍ଚଳର ଚନ୍ଦନ ବେହେରା । ଗୋଟେ ତାଳଗଛର ଆଶ୍ରା ନେଇ ରହିଲେ ଦୀର୍ଘ 12 ଘଣ୍ଟା । ଅଧିକ ଖବର ପଢନ୍ତୁ...

ବନ୍ୟା ପାଣିରେ ଭାସିଯାଇ ତାଳଗଛରୁ ଉଦ୍ଧାର ହେଲେ ଯୁବକ
ବନ୍ୟା ପାଣିରେ ଭାସିଯାଇ ତାଳଗଛରୁ ଉଦ୍ଧାର ହେଲେ ଯୁବକ

By

Published : Aug 29, 2020, 10:22 PM IST

ଯାଜପୁର: ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ହଠାତ ବୃଦ୍ଧି ଫଳରେ ଭାସିଗଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଞ୍ଚଳର ଚନ୍ଦନ ବେହେରା । ଗୋଟେ ତାଳଗଛର ଆଶ୍ରା ନେଇ ରହିଲେ ଦୀର୍ଘ 12 ଘଣ୍ଟା । ସୂଚନା ମୁତାବକ, ରସୁଲପୁର ବ୍ଳକର ଚନ୍ଦନ ବେହେରା ଗତକାଲି ରାତିରେ ଘର ଆଗରେ ଠିଆ ହୋଇଥିବା ସମୟରେ ହଠାତ ବନ୍ୟା ପାଣି ମାଡ଼ି ଆସିବା ଫଳରେ ଚନ୍ଦନଙ୍କୁ ଭସେଇ ନେଇଥିଲା ।

ବନ୍ୟା ପାଣିରେ ଭାସିଯାଇ ତାଳଗଛରୁ ଉଦ୍ଧାର ହେଲେ ଯୁବକ

ତେବେ ଚନ୍ଦନ ଭାସି ଭାସି ଏକ ତାଳଗଛରେ ଅଟକି ରହିଥିଲେ । ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ମଧ୍ୟ କେହି ତାଙ୍କ ଚିତ୍କାର ଶୁଣିବାକୁ ପାଇ ନଥିଲେ । ତେବେ ଦୀର୍ଘ ୧୨ ଘଣ୍ଟା ଗଛରେ ରହିବା ପରେ ଗାଁଲୋକ ଜାଣିବା ପରେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ ।

ତୁରନ୍ତ ଜିଲ୍ଲା ପ୍ରଶାସନ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେବା ପରେ ଅଗ୍ନିଶମ କର୍ମଚାରୀ ମାନେ ରଶି ସାହାଯ୍ୟରେ ଅନ୍ଧାର ରାତିରେ ଚନ୍ଦନକୁ ଉଦ୍ଧାର କରିଥିଲେ । ଚନ୍ଦନ ଉଦ୍ଧାର ହେବା ପରେ ତାଙ୍କ ଜୀବନ ବଞ୍ଚାଇଥିବାରୁ ସେ ଯାଜପୁର ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ, ଅଗ୍ନିଶମ କର୍ମଚାରୀ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details