ଓଡିଶା

odisha

By

Published : Jun 15, 2021, 10:14 AM IST

ETV Bharat / state

ଡାକ୍ତରଖାନାରୁ ଫେରାର ବିଚାରଧୀନ କଏଦୀକୁ କାବୁ କଲେ ଜେଲ କର୍ମଚାରୀ

ଯାଜପୁର ମୁଖ୍ୟ ଡାକ୍ତରଖାନାର ମେଡିସିନ ୱାର୍ଡକୁ ଚିକିତ୍ସିତ ହେବାକୁ ଆସି ଫେରାର ହୋଇ ଯାଇଥିବା ବିଚାରଧୀନ କଏଦୀକୁ କାବୁ କଲେ ଜେଲ କର୍ମଚାରୀ । ଅଧିକ ପଢନ୍ତୁ...

ଡାକ୍ତରଖାନାକୁ ଫେରାର ହୋଇ ଯାଇଥିବା ବିଚାରାଧୀନ କଏଦୀକୁ କାବୁକଲେ ଜେଲ କର୍ମଚାରୀ
ଡାକ୍ତରଖାନାକୁ ଫେରାର ହୋଇ ଯାଇଥିବା ବିଚାରାଧୀନ କଏଦୀକୁ କାବୁକଲେ ଜେଲ କର୍ମଚାରୀ

ଯାଜପୁର: ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଆସି ଫେରାର ହୋଇ ଯାଇଥିବା ବିଚାରଧୀନ କଏଦୀକୁ କାବୁ କଲେ ଜେଲ କର୍ମଚାରୀ । ଯାଜପୁର ମୁଖ୍ୟ ଡାକ୍ତରଖାନାର ମେଡିସିନ ୱାର୍ଡକୁ ଚିକିତ୍ସିତ ହେବାକୁ ଆସିଥିଲେ ଯାଜପୁର ରୋଡ ସବଜେଲର ବିଚାରଧୀନ କଏଦୀ ଶେଖ୍ ହାରିଫ ।

ଡାକ୍ତରଖାନାକୁ ଫେରାର ହୋଇ ଯାଇଥିବା ବିଚାରାଧୀନ କଏଦୀକୁ କାବୁକଲେ ଜେଲ କର୍ମଚାରୀ

ତେବେ ତାଙ୍କର ଚିକିତ୍ସା ଚାଲୁଥିବା ସମୟରେ ପାଇଖାନା ଯିବାକୁ କହି ପାଇଖାନା ଭିତରପଟୁ କବାଟ ବନ୍ଦ କରି ଫେରାର ହୋଇଯାଇଥିଲେ । ଶେଷରେ ବହୁ ଖୋଜାଖୋଜି ପରେ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡଙ୍କ ସହାୟତାରେ ଜେଲ କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ । ଏବେ ଉକ୍ତ କଏଦୀକୁ ସ୍ବତନ୍ତ୍ର ସୁରକ୍ଷା ମଧ୍ୟରେ ଚିକିତ୍ସା କରାଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details