ଯାଜପୁର: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ସ୍ବାଭାବିକ ହେଲା ଯାଜପୁର । କୋରୋନା କଟକଣାରୁ ମୁକ୍ତି ପାଇଲେ ଜିଲ୍ଲାବାସୀ। କେବଳ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ କଟକଣା ଲାଗୁ ଅଛି। ଶୁକ୍ରବାର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଆଜିଠୁ ଜିଲ୍ଲାରେ କେବଳ ମଲ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ଖୋଲା ଅଛି। ତେବେ ଶନିବାର କୋରୋନା କଟକଣାରୁ ମୁକ୍ତି ପାଇଁ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି।
ଯାଜପୁରରେ କୋରୋନା କଟକଣା କୋହଳ, ଖୁସ ଜିଲ୍ଲାବାସୀ - corona restrictions
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ସ୍ବାଭାବିକ ହେଲା ଯାଜପୁର । କୋରୋନା କଟକଣାରୁ ମୁକ୍ତି ପାଇଲେ ଜିଲ୍ଲାବାସୀ। କେବଳ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ କଟକଣା ଲାଗୁ ଅଛି।
ଜିଲ୍ଲାର ସମସ୍ତ ସହର ଯଥା ବ୍ୟାସନଗର, ପାଣିକୋଇଲି, ଚଣ୍ଡିଖୋଲ, ଜାରକା ଆଉ ଯାଜପୁର ଟାଉନ ଆଦି ସମସ୍ତ ମାର୍କେଟରେ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପଟରେ ଆଜି ପୁଣି ଜିଲ୍ଲାରେ ୪୪ଜଣ କୋରୋନା ସଂକ୍ରମିତ ଦେଖିବାକୁ ମିଳିଛି। ଏହି ୪୪ଜଣ କୋରୋନା ସଂକ୍ରମିତ ଚିହ୍ନଟ ପରେ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୧୨୮୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୦୨୦ ସୁସ୍ଥ ହେଇଥିବା ୨ଜଣଙ୍କ ମୃତ୍ୟୁ ହୋଇଛି ଓ ଏବେବି ୨୬୦ଟି ଆକ୍ଟିଭ କେସ ଜିଲ୍ଲାରେ ରହିଛି। ତେବେ ଗୋଟେ ପଟରେ ଜିଲ୍ଲା ସ୍ବଭାବିକ ଅବସ୍ଥାକୁ ଆସୁଥିବା ବେଳେ ଅନ୍ୟପଟରେ ପୁଣି କୋରୋନା ରୋଗୀ ଚିହ୍ନଟ ଏବେ ଜିଲ୍ଲା ବାସୀଙ୍କ ପାଇଁ ଚିନ୍ତା ବଢାଇ ଦେଇଛି। ତେବେ ଜିଲ୍ଲାର ସ୍ବାଭାବିକ ଅବସ୍ଥା ଆସିଲା ପରେ ଜିଲ୍ଲାରେ କିଭଳି ଅଛି ସ୍ଥିତି ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଜ୍ଞାନ ରଞ୍ଜନ ଓଝା।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ