ଓଡିଶା

odisha

ETV Bharat / state

ପୂର୍ବତଟ ରେଳ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ: ବିଭିନ୍ନ ସମସ୍ୟା ନେଇ ଆଇଜିଙ୍କ ଆଲୋଚନା

ଯାଜପୁର ରୋଡ୍ ରେଳ ବିଭାଗ ବ୍ଯାରେକରେ ରେଲୱେ ସୁରକ୍ଷା ବାହିନୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ରେଲୱେ ସୁରକ୍ଷା ବାହିନୀ ଆଇ.ଜି ରାଜା ରାମ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଅଧିକ ପଢ଼ନ୍ତୁ...

By

Published : Nov 17, 2020, 9:50 PM IST

ପୂର୍ବତଟ ରେଳ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ବର୍ଷକ ମଧ୍ୟରେ ହୋଇଥିବା ତଦନ୍ତ କାର୍ଯ୍ୟ ଉପରେ ହେଲା ଆଲୋଚନା
ପୂର୍ବତଟ ରେଳ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ବର୍ଷକ ମଧ୍ୟରେ ହୋଇଥିବା ତଦନ୍ତ କାର୍ଯ୍ୟ ଉପରେ ହେଲା ଆଲୋଚନା

ଯାଜପୁର:ଯାଜପୁର ରୋଡ୍ ରେଳ ବିଭାଗ ବ୍ଯାରେକରେ ରେଲୱେ ସୁରକ୍ଷା ବାହିନୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତଟ ରେଲୱେ ସୁରକ୍ଷା ବାହିନୀ ଆଇ.ଜି ରାଜା ରାମ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ରେଲୱେ ବିଭାଗର ବାର୍ଷିକ ନିରୀକ୍ଷଣ ଅବସରରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ରେଲେୱେର ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ବିଷୟରେ ଆଲୋଚନା ହୋଇଥିଲା। ଗତ ଏକ ବର୍ଷ ମଧ୍ୟରେ ରେଲୱେ ପକ୍ଷରୁ ହୋଇଥିବା ତଦନ୍ତ କାର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା ।

ପୂର୍ବତଟ ରେଳ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ବର୍ଷକ ମଧ୍ୟରେ ହୋଇଥିବା ତଦନ୍ତ କାର୍ଯ୍ୟ ଉପରେ ହେଲା ଆଲୋଚନା

ଏହି ସାମ୍ବାଦିକ ସମ୍ମିଳନୀରେ ରେଲୱେ ସୁରକ୍ଷା ବାହିନୀ ପକ୍ଷରୁ ହୋଇଥିବା ବିଭିନ୍ନ କାର୍ଯ୍ୟକୁ ନେଇ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ରେଲୱେ ସୁରକ୍ଷା ବାହିନୀ ଆଇ.ଜି । ଏହାସହ କୋରୋନା ଭାଇରସ ସମୟରୁ ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ସେହିପରି ମହିଳା ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଗତ ଅକ୍ଟୋବର ୧୬ ତାରିଖରୁ ନୂତନ ଭାବେ ଆରମ୍ଭ ହୋଇଥିବା ମେରି ସହେଲି ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ଗତ ଏକ ବର୍ଷ ମଧ୍ୟରେ ସୁରକ୍ଷା ବାହିନୀ ଦ୍ବାରା ୪୬୦ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଏହାସହ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୯୮ ଲକ୍ଷ ଟଙ୍କାର ଲଗେଜ୍, ଜବତ୍ କରିଛି ସୁରକ୍ଷା ବାହିନୀ ।

ଏହାସହ ବିଭିନ୍ନ ଅଭିଯୋଗରେ ୮ ହଜାର ୪୨୩ ଜଣଙ୍କୁ ଗିରଫ କରି ୯ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଖରୁ ୫ କୋଟି ୨ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ରେଳ ନିୟମ ଖିଲାଫକାରୀ ୩୩ ହଜାର ୮୭ ଜଣଙ୍କ ପାଖରୁ ୪୧ ଲକ୍ଷ ୫୩ ହଜାର ଟଙ୍କା ଆଦାୟ କରାଯାଇଛି । ସେହିପରି ରେଳ ନିୟମ ଭାଙ୍ଗିବା ଅଭିଯୋଗରେ ୩୩ ହଜାର ୪୬୩ ଜଣଙ୍କ ବିରୋଦ୍ଧରେ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଇଷ୍ଟକୋଷ୍ଟ ରେଲୱେର ମୋଟ ୫୦ ଟି ଥାନା ରହିଥିବାବେଳେ ଏହି ଥାନାଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ସୁରକ୍ଷା କର୍ମୀ ନାହାଁନ୍ତି । ଯଥାଶୀଘ୍ର ଖାଲିଥିବା ପଦବୀ ପୂରଣ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଡିଭିଜନର ବରିଷ୍ଠ ଅଧିକାରୀ ଏମ୍.ସାମ୍ବାଶିଭା ରାଓ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details