ଓଡିଶା

odisha

ETV Bharat / state

ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲା ବସ ଓ ଟ୍ରକ

ଯାଜପୁର ଟାଉନ ସ୍ଥିତ କିଆନାଳି କୂଳରେ ଥିବା ଆରଏମସି ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲା ବସ ଓ ଟ୍ରକ ।

By

Published : Dec 25, 2020, 7:29 PM IST

Updated : Dec 25, 2020, 7:37 PM IST

ମାର୍କେଟ କମ୍ପ୍ଲେକ୍ସରରେ ଭୟାବହ ଅଗ୍ନୀକାଣ୍ଡ
ମାର୍କେଟ କମ୍ପ୍ଲେକ୍ସରରେ ଭୟାବହ ଅଗ୍ନୀକାଣ୍ଡ

ଯାଜପୁର:ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ । ଯାଜପୁର ଟାଉନ ସ୍ଥିତ କିଆନାଳି କୂଳରେ ଥିବା ଆରଏମସି ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲା ବସ ଓ ଟ୍ରକ ।

ମାର୍କେଟ କମ୍ପ୍ଲେକ୍ସରରେ ଭୟାବହ ଅଗ୍ନୀକାଣ୍ଡ

ସୁଚନା ଅନୁସାରେ ଆଜି(ଶୁକ୍ରବାର) ସଂନ୍ଧ୍ୟା ୫ ଟା ବେଳେ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଏକ ଟ୍ରାନ୍ସଫର୍ମରରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ଯାହାଫଳରେ ଦେଖୁଦେଖୁ କମ୍ପ୍ଲେକ୍ସ ମଧ୍ୟରେ ଥିବା ଉଠା ଦୋକାନ ଗୁଡିକରେ ନିଆଁ ମାଡି ଯାଇଥିଲା ।

ନିଆଁ ଏତେ ଭୟଙ୍କର ଥିଲା ଯେ, ପାଖାପାଖି ୧୦ରୁ ଉର୍ଦ୍ଧ୍ବ ଦୋକାନ ନିଆଁ ଲାଗିବା ସହ ପାଖରେ ଥିବା ଏକ ଟମାଟୋ ବୋଝେଇ ଟ୍ରକ ଓ ଏକ ଘରୋଇ ବସରେ ମଧ୍ୟ ନିଆଁ ଲାଗିଯାଇଥିଲା ।

କିନ୍ତୁ ଯାଜପୁର ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ର ଖବର ପାଇବା ପରେ ଦମକଳ ବହିନୀକୁ ସଙ୍ଗେସଙ୍ଗେ ଖବର ଦେଇଥିଲେ ଆଉ ବଡ ଧରଣର କ୍ଷୟକ୍ଷତି ହେବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇ ପାରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 25, 2020, 7:37 PM IST

ABOUT THE AUTHOR

...view details