ଓଡିଶା

odisha

ETV Bharat / state

ଭୋଟିଂ ବେଳେ ହାତାହାତି ହେଲେ ଦଳୀୟ ନେତାଙ୍କ ପ୍ରତିନିଧି

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାବଣା ପଞ୍ଚାୟତର 181 ଏବଂ 182 ନମ୍ବର ବୁଥରେ ବିଜେଡି କର୍ମୀଙ୍କ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ବିଜେପି ଏବଂ କଂଗ୍ରେସ ନେତାଙ୍କ ପ୍ରତିନିଧି । ଆଜି ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେଡି ନେତାଙ୍କ ପ୍ରତିନିଧି ବୁଥ ରିଗିଂ ପାଇଁ ଉଦ୍ୟମ କରିଥିଲେ ।

By

Published : Apr 29, 2019, 4:31 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାବଣା ପଞ୍ଚାୟତର 181 ଏବଂ 182 ନମ୍ବର ବୁଥରେ ବିଜେଡି କର୍ମୀଙ୍କ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ବିଜେପି ଏବଂ କଂଗ୍ରେସ ନେତାଙ୍କ ପ୍ରତିନିଧି । ଆଜି ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେଡି ନେତାଙ୍କ ପ୍ରତିନିଧି ବୁଥ ରିଗିଂ ପାଇଁ ଉଦ୍ୟମ କରିଥିଲେ । ଏହାକୁ ବିରୋଧ କରିବାରୁ ବିଜେଡିର ଏଜେଣ୍ଟ ମାନେ ଅନ୍ୟମାନଙ୍କୁ ଗୋଡାଇ ଗୋଡାଇ ମାଡମାରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଏହାପରେ ବିଜେପି ଓ କଂଗ୍ରେସର ପ୍ରତିନିଧିମାନେ ଜଖପୁରା ଥାନାରେ ଲିଖିତ ଭାବେ ଏତଲା ଦେଇଥିଲେ । ଏହି ଦୁଇଟି ବୁଥରେ ପୁନର୍ବାର ମତଦାନ କରିବାକୁ ଅଭିଯୋଗକାରୀମାନେ ଦାବି କରିଛନ୍ତି । ଅନ୍ୟପଟେ ଥାନାରେ ଅଭିଯୋଗ ହୋଇଛି ଏବଂ ଏହାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଏହି ଦୁଇଟି ବୁଥରେ କଡା ସୁରକ୍ଷା ମଧ୍ୟରେ ପୁନଃ ମତଦାନ ଆରମ୍ଭ କରାଯାଇଥିବା ଜଖପୁରା ଥାନା ଅଧିକାରୀ କହିଛନ୍ତି ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details