ଓଡିଶା

odisha

ETV Bharat / state

ସରକାରୀ ସହାୟତାରେ ଅନ୍ତର୍ଭୁକ୍ତ କରିବା ପାଇଁ ଉଠା ଦୋକାନୀଙ୍କ ଦାବି - Street Vendor

ସରକାରୀ ସହାୟତାରେ ଅନ୍ତର୍ଭୁକ୍ତ କରିବା ପାଇଁ ଯାଜପୁରରେ ଉଠାଦୋକାନୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ସରକାରୀ ସହାୟତାରେ ଅନ୍ତର୍ଭୁକ୍ତ କରିବା ପାଇଁ ଉଠାଦୋକାନୀଙ୍କ ଦାବି
ସରକାରୀ ସହାୟତାରେ ଅନ୍ତର୍ଭୁକ୍ତ କରିବା ପାଇଁ ଉଠାଦୋକାନୀଙ୍କ ଦାବି

By

Published : Jun 11, 2021, 7:08 PM IST

ଯାଜପୁର: ଉଠା ଦୋକାନୀଙ୍କୁ ସରକାରୀ ସହାୟତାରେ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟାସନଗର ପୌରପରିଷଦର ଉଠାଦୋକାନୀମାନେ ଦାବି କରିଛନ୍ତି । ଏଥିଲାଗି ସେମାନେ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।

ସରକାରୀ ସହାୟତାରେ ଅନ୍ତର୍ଭୁକ୍ତ କରିବା ପାଇଁ ଉଠାଦୋକାନୀଙ୍କ ଦାବି

କୋରୋନା ମହାମାରୀ ସଂକ୍ରମଣ ଡରରେ ଆଜକୁ 3 ମାସ ହେବ ଉଠା ଦୋକାନୀ ରାସ୍ତାକଡ଼ରେ ଦୋକାନ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ଅଧିକାଂଶ ଦୋକାନୀଙ୍କ ଘର ଚଳିବା କାଠିକର ହୋଇ ପଡିଛି। ଏହାକୁ ଦୃଷ୍ଟିରେ ରଖି ଉଠାଦୋକାନୀଙ୍କୁ ସହଯୋଗ କରିବାକୁ ଗତ କିଛିଦିନ ତଳେ ସରକାରଙ୍କ ପକ୍ଷରୁ ସହାୟତା ପାଇଁ ଘୋଷଣା କରାଯାଇଛି ।

ମାତ୍ର ଏହି ସହାୟତା ବ୍ୟାସନଗର ପୌରପରିଷଦର ଅନେକ ଉଠା ଦୋକାନୀ ପାଉନାହାନ୍ତି। ଯାହାକୁ ବିରୋଧ କରି ୪୦ ରୁ ଉର୍ଦ୍ଧ୍ବ ଉଠା ଦୋକାନୀ ବ୍ୟାସନଗର ପୌରପରିଷଦରେ ପହଂଚି ସରକାରୀ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ଶୁଭେନ୍ଦୁ କୁମାର ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ତୁରନ୍ତ ସରକାରୀ ପଞ୍ଜିକରଣରେ ଅନ୍ତର୍ଭୁକ୍ତ ନକଲେ ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଉଠାଦୋକାନୀ କହିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details