ଓଡିଶା

odisha

By

Published : Mar 21, 2021, 9:49 PM IST

ETV Bharat / state

ବେଆଇନ ବାଲି ଚାଲାଣ, ୬ଟି ବାଲି ବୋଝେଇ ଟ୍ରକ-ଟିପ୍ପର ଜବତ

ବେଆଇନ ବାଲି ଚୋରା ଚାଲାଣବେଳେ ଯାଜପୁର ସଠିପୁର ଛକ ନିକଟରେ ବ୍ୟାସନଗର ତହସିଲ ପକ୍ଷରୁ ଚଢାଉ । 6 ଗୋଟି ବାଲି ବୋଝେଇ ଟ୍ରକ ଓ ଟିପ୍ପର ଜବତ । ଅଧିକ ପଢନ୍ତୁ...

ବେଆଇନ ବାଲି ଚାଲାଣ, ୬ଟି ବାଲି ବୋଝେଇ ଟ୍ରକ-ଟିପ୍ପର ଜବତ
ବେଆଇନ ବାଲି ଚାଲାଣ, ୬ଟି ବାଲି ବୋଝେଇ ଟ୍ରକ-ଟିପ୍ପର ଜବତ

ଯାଜପୁର:ବେଆଇନ ବାଲି ଚୋରା ଚାଲାଣବେଳେ ତହସିଲଦାରଙ୍କ ଚଢାଉ । ଯାଜପୁର ପାଣିକୋଇଲି ଥାନା ସଠିପୁର ଛକ ନିକଟରେ ବ୍ୟାସନଗର ତହସିଲ ପକ୍ଷରୁ ଏହି ଚଢାଉ କରାଯାଇଛି । ଘଟଣାସ୍ଥଳରୁ 6 ଗୋଟି ବାଲି ବୋଝେଇ ଟ୍ରକ ଓ ଟିପ୍ପର ଜବତ । ସମ୍ପୃକ୍ତ ଗାଡିଗୁଡିକ ବାଲି ପରିବହନର କାଗଜପତ୍ର ଦେଖାଇ ନ ପାରିବାରୁ ସେଗୁଡିକୁ ତହସିଲ ପକ୍ଷରୁ ଜବତ କରାଯାଇ ପାଣିକୋଇଲି ଥାନାକୁ ନିଆଯାଇଥିବା ସୂଚନା ମିଳିଛି ।

ବେଆଇନ ବାଲି ଚାଲାଣ, ୬ଟି ବାଲି ବୋଝେଇ ଟ୍ରକ-ଟିପ୍ପର ଜବତ

ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଶନିବାର ବିଳମ୍ବିତ ରାତିରେ ସଠିପୁର ଛକ ଓଭର ବ୍ରିଜ ନିକଟରେ ଚଢାଉ କରିଥିଲା । ସେଠାରେ କେତେକ ବାଲି ବୋଝେଇ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ସମ୍ପୃକ୍ତ ଟ୍ରକଗୁଡିକ ବାଲି ପରିବହନର କାଗଜପତ୍ର ଦେଖାଇ ନ ପାରିବାରୁ ସେଗୁଡିକୁ ଜବତ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details