ଓଡିଶା

odisha

ETV Bharat / state

ଅସହାୟ ମହିଳାଙ୍କ ପାଇଁ ଖୋଲିଲା ‘ସଖୀ ୱାନ ଷ୍ଟପ୍ ସେଣ୍ଟର’

ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଅସହାୟ ନିର୍ଯାତିତା ମହିଳାଙ୍କ ପାଇଁ ଖୋଲିଲା ‘ସଖୀ ୱାନ ଷ୍ଟପ୍ ସେଣ୍ଟର’ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Aug 29, 2019, 7:06 PM IST

ଯାଜପୁର: ଏଣିକି ଅସହାୟ ନିର୍ଯାତିତା ମହିଳାଙ୍କୁ ମିଳିବ ଜରୁରୀକାଳୀନ ସେବା । ଏଥିଲାଗି ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ‘ସଖୀ ୱାନ ଷ୍ଟପ୍ ସେଣ୍ଟର’ ନାମକ ସେବା କେନ୍ଦ୍ରରେ ଆଶ୍ରୟ ନେଇପାରିବେ ନିର୍ଯାତିତ ମହିଳା । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ବାରା ଏହି ସେବା କେନ୍ଦ୍ର ଉଦଘାଟିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁସାରେ ଯଦି କୌଣସି ବିବାହିତ ମହିଳାଙ୍କୁ ତାଙ୍କ ଶାଶୂଘର ନିର୍ଯାତନା ଦିଅନ୍ତି ତେବେ ସେ ପ୍ରଥମେ ୫ ଦିନ ସଖୀ ୱାନ୍ ଷ୍ଟପ୍ ସେଣ୍ଟରରେ ରହିବେ । ଏହାପରେ ତାଙ୍କର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି । ଏହାପରେ ପୋଲିସ ସହାୟତା, ଡାକ୍ତର ସହାୟତା, ଆଇନ୍ ସହାୟତା, ସାମାଜିକ ପରାମର୍ଶ ପ୍ରଭୃତି ବ୍ୟବସ୍ଥା ଏହି ସେଣ୍ଟର ମାଧ୍ୟମରେ ନେଇ ପାରିବେ ।

ଏହି ଉଦଘାଟନ ଉତ୍ସବରେ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details