ଓଡିଶା

odisha

ETV Bharat / state

ବଡଚଣାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ

ବଡଚଣାର ଖଇରାରେ ଆଜି(ସୋମବାର) ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ହୋଇଛି । ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି ।

By

Published : Mar 4, 2019, 7:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ବଡଚଣାର ଖଇରାରେ ଆଜି(ସୋମବାର) ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ହୋଇଛି । ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି ।

ଖଇରାରେ ଅଙ୍ଗନୱାଡି କେନ୍ଦ୍ର ସହ ହାଟୁଆ ପୋଖରୀ ନବୀକରଣ କରାଯିବା ପରେ ନିର୍ମାଣ ହୋଇଥିବା ତୁଠର ଉଦଘାଟନ କରାଯାଇଛି । ଖରାଦିନ ପୂର୍ବରୁ ଏହି ପୋଖରୀର ଉନ୍ନତିକରଣ ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆସୁଥିବାବେଳେ ଏହାକୁ ବ୍ୟବହାର ଉପଯୋଗୀ କରାଯାଇଛି ।

ଏହା ସହ ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନ୍ୟ କେତେକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି । ଏହି ଅବସରରେ ବିଧାୟକଙ୍କୁ ସ୍ବାଗତ କରିବା ପାଇଁ ଏକ ବାଇକ ରାଲି କରାଯାଇଥିଲା । ଏଥିରେ ବିଜେଡି କର୍ମୀଙ୍କ ସମେତ ବିଜୁ ଯୁବ ବାହିନୀର ସଦସ୍ୟମାନେ ସାମିଲ ହୋଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details