ଓଡିଶା

odisha

ETV Bharat / state

ବରିଷ୍ଠ ନାଗରିକଙ୍କୁ ସାହା ହେବେ ସରକାର, ଖୋଲିବ ପୁନଃର୍ବାସ କେନ୍ଦ୍ର

ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ମାନସିକ ବିକାର ଗ୍ରସ୍ତ ଲୋକଙ୍କ ପାଇଁ ଖୋଲିବ ପୁନଃର୍ବାସ କେନ୍ଦ୍ର । ଏନେଇ ରାଜ୍ୟ ଶ୍ରମ ନିୟୋଜନ ଓ ପେନସନ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

By

Published : Aug 27, 2019, 7:49 PM IST

ଯାଜପୁର: ପରିବାର ଦ୍ବାରା ଅବହେଳିତ ବରିଷ୍ଠ ନାଗରିକଙ୍କ ଦୁଃଖ ମୋଚନ ପାଇଁ ଡିଏସଓର ଉଦ୍ୟମ । ଏହାସହ 25 ଏକର ଜମିରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ମାନସିକ ବିକାର ଗ୍ରସ୍ତ ଲୋକଙ୍କ ପାଇଁ ପୁନଃର୍ବାସ କେନ୍ଦ୍ର ଖୋଲିବାର ପ୍ରତିଶୃତି। ଯେଉଁଥିରେ ବରିଷ୍ଠ ନାଗରିକ ମାନଙ୍କୁ ଧନ୍ଦାମୂଳକ ତାଲିମ ଦିଆଯିବ ବୋଲି ରାଜ୍ୟ ଶ୍ରମ ନିୟୋଜନ ଓ ପେନସନ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଏନେଇ ମଙ୍ଗଳବାର ଡିଆରଡିଏ ସମ୍ମିଳନୀ କକ୍ଷରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ରାଜ୍ୟ ଶ୍ରମ ନିୟୋଜନ ଓ ପେନସନ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ତେବେ ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଅଛନ୍ତି ଏବଂ ଏମାନଙ୍କ ସୁରକ୍ଷା ପାଇଁ ଅନେକ ଆଇନ ମଧ୍ୟ ରହିଛି । ଯାହାର ଲାଭ ବରିଷ୍ଠ ନାଗରିକ ମାନେ ଉଠାଇବା ଆବଶ୍ୟକ ବୋଲି ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବରୀ ବିଧାୟିକା ସୁନନ୍ଦା ଦାସ, ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ,ଏସପି ଚରଣ ସିଂ ମିନା, ରାଜ୍ୟ ବରିଷ୍ଠ ନାଗରିକ ମଞ୍ଜର ସଭାପତି କୃପାସିନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇ ସମାଜ ଗଠନରେ ବରିଷ୍ଠ ନାଗରିକ ମାନଙ୍କ ଭୂମିକା ସଂସର୍କରେ ଆଲୋକପାତ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details