ଯାଜପୁର:ଜିଲ୍ଲାରେ ଦଶରଥପୁରର ତହସିଲଦାରଙ୍କୁ ଟ୍ରାକ୍ଟର ଚଡେଇ ମାରିଦେବାକୁ ଉଦ୍ୟମ କଲେ ବାଲି ମାଫିଆ । ଦଶରଥପୁର ତହସିଲ ଅଧିନସ୍ଥ କସପା ପଞ୍ଚାୟତ ପଲାସାହି ବୈତରଣୀ ନଦୀରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ ତହସଲିଦାର । ଘଟଣା ସ୍ଥଳରେ ପହଞ୍ଚି ତହସିଲଦାର ଅଭିନାଶ ବିଶ୍ୱଜିତ ସେଠି ବାଲି ଉଠାଉଥିବା ଟ୍ରାକ୍ଟରକୁ ଜବତ କରିବାକୁ ଉଦ୍ୟମ କରିଥିଲେ ।
ବାଲି ମାଫିଆଙ୍କ ଉନ୍ମତ୍ତ କାଣ୍ଡ, ଦଶରଥପୁର ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିବାକୁ ଉଦ୍ୟମ ଏହି ସମୟରେ ଟ୍ରାକ୍ଟରଟି ତହସିଲଦାରଙ୍କ ଆଡକୁ ଜୋରରେ ମାଡି ଆସିଥିଲା । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଦଶରଥପୁର ତହସିଲଦାର । ଏହି ନମ୍ବର ବିହୀନ ଟ୍ରାକ୍ଟରକୁ ପୋଲିସ ଜବତ କରିବା ପୂର୍ବରୁ ମାଲିକ ଗାଡ଼ିର ରଙ୍ଗ ମଧ୍ୟ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି । ଟ୍ରାକ୍ଟର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ ।
ଏହି ଘଟଣାକୁ ନେଇ ଖୋଦ ତହସିଲଦାର ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହଁନ୍ତି ସ୍ଥାନୀୟ ଲୋକେ । ଏହି ବେଆଇନ ବାଲି ଚାଲାଣକାରୀଙ୍କ ପଛରେ ରାଜନେତାଙ୍କ ହାତ ଥିବା ଅଭିଯୋଗ ହୋଇଛି । ଦଶରଥପୁର ଅଞ୍ଚଳରେ ବେଆଇନ ଭାବରେ ଅନେକ ବାଲିଘାଟ ଚାଲିଛି । ହେଲେ ପ୍ରଶାସନିକ ଅଧିକାରୀ ମାନେ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି । ବାଲି ମାଫିଆମାନେ ତହସିଲଦାରଙ୍କ ଛାଡ଼ୁ ନାହାନ୍ତି । ସାଧାରଣ ଜନତା କେତେ ସୁରକ୍ଷିତ ଥିବା ନେଇ ଏଠାରେ ପ୍ରଶ୍ନ ଉଠିବାରେ ଲାଗିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ