ଓଡିଶା

odisha

ETV Bharat / state

ଯାଜପୁର ଆରଟିଓ ଅଫିସ ହେଲା ଦଲାଲମୁକ୍ତ, ଆଡ୍ଡାସ୍ଥଳୀରେ ଚାଲିଲା ବୁଲଡୋଜର - ଚଣ୍ଡିଖୋଲ ଆରଟିଓ ଅଫିସ

‘ମୋ ସରକାର’ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପୋଲିସ ଓ ପ୍ରଶାସନ ତତ୍ପରତା ଦେଖାଇଛି । ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଜବରଦଖଲ କରି ରଖିଥିବା ଦଲାଲ ମାନଙ୍କର ଅସ୍ଥାୟୀ କ୍ୟାମ୍ପକୁ ବୁଲ ଡୋଜର ଲଗାଇ ଉଚ୍ଛେଦ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଯାଜପୁର

By

Published : Oct 4, 2019, 7:29 PM IST

ଯାଜପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ‘ମୋ ସରକାର’ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପୋଲିସ ଓ ପ୍ରଶାସନ ତତ୍ପରତା ଦେଖାଇଛି । ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଜବରଦଖଲ କରି ରଖିଥିବା ଦଲାଲ ମାନଙ୍କର ଅସ୍ଥାୟୀ କ୍ୟାମ୍ପକୁ ଉଚ୍ଛେଦ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଯାଜପୁର

ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ଏସପି ଚରଣ ସିଂ ମୀନାଙ୍କ ନେତୃତ୍ବରେ ଚଣ୍ଡିଖୋଲ ଆରଟିଓ ଅଫିସ ପରିସରରେ ଥିବା ଦଲାଲ ମାନଙ୍କ ଜବରଦଖଲକୁ ଉଚ୍ଛେଦ କରାଯାଇଛି । ବୁଲ ଡୋଜର ଲଗାଇ ସମ୍ପୃକ୍ତ ଆରଟିଓ ଦଲାଲ ମାନଙ୍କର ପ୍ରାୟ 50ରୁ ଉର୍ଦ୍ଧ କ୍ୟାବିନ୍ ଓ ଝୁମ୍ପୁଡି ଘର ଭାଙ୍ଗି ଦିଆଯାଇଛି । ଏହି ଦଲାଲ ମାନେ ଦୀର୍ଘ ଦିନ ଧରି ଏଠାରେ ଅସ୍ଥାୟୀ କ୍ୟାମ୍ପ ପକାଇ ଆସୁଥିଲେ ଏବଂ ଅଧିକାଂଶ ସମୟରେ ଗାଡି କାଗଜପତ୍ର ପ୍ରସ୍ତୁତ କରିବା କିମ୍ବା ଯାଞ୍ଚ ସମୟରେ ସାଧାରଣ ଗ୍ରାହକ ମାନେ ଏହି ଦଲାଲ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଠକାମିର ଶିକାର ହୋଇଆସୁଛନ୍ତି ।

ଦୁର୍ନୀତିକୁ ରୋକିବା ସହିତ ଲୋକଙ୍କୁ ସରକାରୀ ସେବା ସହଜରେ ପ୍ରଦାନ କରାଯାଇପାରିବ ବୋଲି ଉଭୟ ଜିଲ୍ଲାପାଳ ଓ ଏସପି କହିଛନ୍ତି । ଏହି ଦଲାଲଗିରି ଘଟଣାରେ ସପ୍ତାହକ ମଧ୍ୟରେ ପ୍ରାୟ 13ଜଣ ଆରଟିଓ ଦଲାଲଙ୍କୁ ଆରଟିଓ ଅଫିସ ପରିସରରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ଓ ଉଚ୍ଛେଦ ପରେ ଦଲାଲ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details