ଯାଜପୁର: ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀ ବଡ଼ଝରୀ ଗ୍ରାମ ନିକଟରୁ ଏକ ୧୦ ଫୁଟିଆ ଅଜଗର ଉଦ୍ଧାର କରିଛନ୍ତି । ଗତକାଲି ଠାରୁ ପ୍ରାକ୍ ମୌସୁମି ବର୍ଷା ଯୋଗୁଁ ସାପଟି ମହାବିନାୟକ ସଂରକ୍ଷିତ ଜଙ୍ଗଲରୁ ଗଡ଼ି ଆସି ଜନବସତି ଆଡ଼କୁ ପଳେଇ ଆସିଥିବା ଅନୁମାନ କରାଯାଉଛି।
ଯାଜପୁରରୁ 10 ଫୁଟିଆ ଅଜଗର ଉଦ୍ଧାର
ବଡ଼ଝରୀ ଗ୍ରାମରୁ ଉଦ୍ଧାର ହେଲା ବିରାଟ ଅଜଗର । ସାପଟିର ଲମ୍ବ 10 ଫୁଟ ହୋଇଥିବା ବେଳେ ଓଜନ 35 କେଜି ଥିବା ଜଣାପଡ଼ିଛି ।
ଫଟୋ ସୌଜନ୍ଯ: ସମ୍ବାଦଦାତା, ଯାଜପୁର
ଉଦ୍ଧାର ଅଜଗରଟି ୮ ରୁ ୯ ବର୍ଷ ଏବଂ ଓଜନ ୩୫ କେଜି ହେବ ବୋଲି ଅନୁମାନ କରାଯାଉଛି । ବନବିଭାଗ ପ୍ରଥମେ ସାପଟିର ସ୍ବାସ୍ଥ୍ୟବସ୍ଥା ପରଖିଥିଲା ଏବଂ ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡ଼ିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ