ଓଡିଶା

odisha

ETV Bharat / state

19ରେ ଯାଜପୁରରେ ସାନି ମତଦାନ

ଯାଜପୁର ଜିଲାର ୪ଟି ନିର୍ବାଚନ ମଣ୍ଡଳୀର ୯ଟି ବୁଥରେ ୧୯ ତାରିଖ ଦିନ ସାନି ମତଦାନ ହେବ । ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉକ୍ତ ବୁଥ ଗୁଡିକରେ କଡା ସୁରକ୍ଷା ଗ୍ରହଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

By

Published : May 15, 2019, 8:35 PM IST

ଯାଜପୁର: ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ୯ଟି ବୁଥରେ ୧୯ ତାରିଖ ଦିନ ସାନି ମତଦାନ ଅନୁଷ୍ଠିତ ହେବ । ଗତ ଏପ୍ରିଲ ୨୯ ରେ ନିର୍ବାଚନ ସମୟରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବୁଥ ରିଗିଂର ଅଭିଯୋଗ ଆସିବା ପରେ ମତଦାନ ସ୍ଥଗିତ ରହିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୧୩୫ ଏବଂ ୧୯୧ ନଂ ବୁଥ, ବରୀ ନିର୍ବାଚନ ମଣ୍ଡଳୀର ୮୨, ୧୫୮, ୧୬୨, ୧୬୩, ୧୯୪ ନଂ ବୁଥ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୪୮ ନଂ ବୁଥ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୧୯୬ ନଂ ବୁଥରେ ସାନି ମତଦାନ କରିବା ଲାଗି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ବିଭିନ୍ନ ତଥ୍ୟ ପ୍ରମାଣକୁ ଆଧାର କରି ଏହି ୯ଟି ବୁଥରେ ସାନି ମତଦାନ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଥିଲେ ।

ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉକ୍ତ ବୁଥ ଗୁଡିକରେ କଡା ସୁରକ୍ଷା ମଧ୍ୟରେ ନିରପେକ୍ଷ ଭୋଟ ଗ୍ରହଣ କରାଯିବାର ସମସ୍ତ ଉଦ୍ୟମ କରାଯାଇଥିବା ଯାଜପୁର ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପକ୍ଷରେ ସାନି ମତଦାନର ଦିନ ଘୋଷଣା ହେବା ପରେ ଉତ୍ତେଜନାପୂର୍ଣ୍ଣ ବୁଥ୍ ଗୁଡିକରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସର ଫ୍ଲାଗ ମାର୍ଚ ଆରମ୍ଭ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details