ଓଡିଶା

odisha

ETV Bharat / state

Panchayat Polls: କୋରେଇ ବ୍ଲକର ୬ ବୁଥରେ ଚାଲିଛି ସାନି ମତଦାନ - କୋରେଇ ବ୍ଲକରେ ସାନି ମତଦାନ

ଗତକାଲି ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ମତଦାନ ସମୟରେ ଅନେକ ସ୍ଥାନରେ ଉତ୍ତେଜନା ଏବଂ ହିଂସାକାଣ୍ଡ ଦେଖାଦେଇଥିବାରୁ ଅନେକ ସ୍ଥାନରେ ମତଦାନକୁ ସ୍ଥଗିତ ରଖାଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନେକ ସ୍ଥାନରେ ସାନି ନିର୍ବାଚନ ହେବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିବାବେଳେ ଆଜି କୋରେଇ ବ୍ଲକର ୬ଟି ବୁଥରେ ଚାଲିଛି ସାନି ମତଦାନ । ଅଧିକ ପଢନ୍ତୁ

Panchayat Polls: କୋରେଇ ବ୍ଲକର ୬ଟି ବୁଥରେ ଚାଲିଛି ସାନି ମତଦାନ
Panchayat Polls: କୋରେଇ ବ୍ଲକର ୬ଟି ବୁଥରେ ଚାଲିଛି ସାନି ମତଦାନ

By

Published : Feb 25, 2022, 1:34 PM IST

ଯାଜପୁର:ଗତକାଲି(ଗୁରବାର) ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ମତଦାନ ସମୟରେ ଅନେକ ସ୍ଥାନରେ ଉତ୍ତେଜନା ଏବଂ ହିଂସାକାଣ୍ଡ ଦେଖାଦେଇଥିବାରୁ ଅନେକ ସ୍ଥାନରେ ମତଦାନକୁ ସ୍ଥଗିତ ରଖାଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନେକ ସ୍ଥାନରେ ସାନି ନିର୍ବାଚନ ହେବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିବାବେଳେ ଆଜି କୋରେଇ ବ୍ଲକର ୬ଟି ବୁଥରେ ଚାଲିଛି ସାନି ମତଦାନ ।

Panchayat Polls: କୋରେଇ ବ୍ଲକର ୬ଟି ବୁଥରେ ଚାଲିଛି ସାନି ମତଦାନ

ସକାଳ ୭ଟାରୁ ଏହି ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲୁ ରହିବ । କୋରେଇ ବ୍ଳକର ୬ଟି ବୁଥରେ ୨ ହଜାରରୁ ଉର୍ଦ୍ଧ୍ବ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ମତଦାନ ବେଳେ ପୁଣି କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଛି । ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଯାଜପୁର ରୋଡ ଏସଡିପିଓ, ୩ ଜଣ ଥାନା ଅଧିକାରୀଙ୍କ ସମେତ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ପ୍ରକାଶଯୋଗ୍ୟ, ଗତ ୨୦ ତାରିଖରେ କୋରେଇ ବ୍ଳକର ସୋତି ଓ ଟିକର ଗାଁରେ ଭୋଟ ଗ୍ରହଣ ବେଳେ ହିଂସାକାଣ୍ଡ ଯୋଗୁ ୮ ନମ୍ବର,୯ ନମ୍ବର,୧୦ ନମ୍ବର,୧୧ ନମ୍ବର,୧୪ ନମ୍ବର ଓ ୧୫ ନମ୍ବର ବୁଥରେ ଭୋଟ ଗ୍ରହଣ ବାତିଲ ହେଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details