ଓଡିଶା

odisha

By

Published : May 7, 2023, 7:36 PM IST

ETV Bharat / state

ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ରବୀନ୍ଦ୍ର, ଯାଜପୁର ମାଟିରେ ଫଳାଇଲେ ସେଓ

ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତରେ ସେଓ ଚାଷ କରି ଦେଖାଇଛନ୍ତି ବନ୍ଦାଳୋ ପଞ୍ଚାୟତର ରବୀନ୍ଦ୍ର ନାୟକ । ଏଭଳି ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ଦେଇଛନ୍ତି ରୋଜଗାର । ଅଧିକ ପଢନ୍ତୁ

farmer cultivated apple
farmer cultivated apple

ସେଓ ଚାଷ

ଯାଜପୁର: କେବଳ ବହିରେ ପଢିଲା ବେଳେ ଆମେ ଜାଣିଥିଲେ ସେଓ ସାଧାରଣତଃ ଥଣ୍ଡା ଜଳବାୟୁ ଅର୍ଥାତ କାଶ୍ମୀର ଭଳି ରାଜ୍ୟରେ ଫଳେ । ମାତ୍ର ଏହା ଭୁଲ ପ୍ରମାଣ କରି ଦେଖେଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବନ୍ଦାଳୋ ପଞ୍ଚାୟତର ରବୀନ୍ଦ୍ର କୁମାର ନାୟକ । ରବୀନ୍ଦ୍ର ନିଜ ବଗିଚାରେ 60ଟି ସେଓ ଗଛ ଲଗେଇଛନ୍ତି । ଖାଲି ସେଓ ନୁହେଁ ରବୀନ୍ଦ୍ର ନିଜ ବଗିଚାରେ ପିଜୁଳି, ସପେଟା, ଆମ୍ବ, ଡାଳିମ୍ବ ଓ ପଣସ ଆଦି ଫଳ ଗଛ ଲଗାଇ ନିଜ ପରିବାରର ପ୍ରତିପୋଷଣ କରିବା ସହିତ ଅନେକ ଲୋକଙ୍କୁ ରୋଜଗାର ଦେଇ ପାରିଛନ୍ତି । ଏହି ବଗିଚାକୁ ଅଧିକ ସୁନ୍ଦର କରୁଛି ସେଓ ପେନ୍ଥା । ଯେତେବେଳେ ପବନ ବହୁଛି ଏହି ସେଓ ପନ୍ଥା ଝଲିସି କାଶ୍ମୀର ଭ୍ରମ ସୃଷ୍ଟି କରୁଛି ।

ଯାଜପୁର ଜିଲ୍ଲାର ରବୀନ୍ଦ୍ର ନାୟକ ଦିନେ ବାହାରେ ପରିବା ବେପାର କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଯେତିକି ରୋଜଗାର କରୁଥିଲେ ନିଜ ପରିବାର ଚଳେଇବାକୁ କଷ୍ଟକର ହେଇ ପଡୁଥିଲା । ସେବେଠାରୁ ସେ କିଛି ନୂଆ କାର୍ଯ୍ୟ କରିବାକୁ ଚେଷ୍ଠା କରୁଥିଲେ । ସେଥିପାଇଁ ବିଭିନ୍ନ ଲୋକଙ୍କ ସହଯୋଗ ଓ ନିଜ ପ୍ରଚେଷ୍ଠାରେ ଆଜି ଯାଜପୁର ଭଳି ମାଟିରେ ସେଓ ଚାଷ କରି ସଫଳ ହେଇ ଅନେକଙ୍କ ପାଇଁ ଉଦାହରଣ ସାଜିଛନ୍ତି । ପ୍ରଥମେ ଏହି ସେଓ ଚାଷପାଇଁ ରବୀନ୍ଦ୍ର ହିମାଚଳ ପ୍ରଦେଶରୁ ଚାରା ମଗେଇଥିଲେ । ଏଥି ସହିତ ବିଭିନ୍ନ ସୋସିଆଲ ମିଡ଼ିଆରୁ ସେଓ ଚାଷ ସମ୍ପର୍କରେ ନିଜେ ଅଭିଜ୍ଞତା ନେଇ ବିଭିନ୍ନ କୀଟନାଶକ ଦ୍ରବ୍ୟ ଦେଇ ଚାରା ଲଗାଇବା ଆରମ୍ଭ କରିଥିଲେ । ରବୀନ୍ଦ୍ରଙ୍କୁ ଏହି ସେଓ ଚାଷ ପାଇଁ କୌଣସି ସରକାରୀ ସାହାଯ୍ୟ ମିଳି ନଥିଲା ।

ରବୀନ୍ଦ୍ର ଦିନ ରାତି ଏକ କରି ଏହି ସେଓ ଚାଷ ପ୍ରତି ମନ ଦେବାରୁ ଆଜି ସଫଳତା ପାଇଛନ୍ତି । କେବଳ ରବୀନ୍ଦ୍ର ନିଜ ବାଡ଼ିରେ ସେଓ ଗଛ ନୁହେଁ ବିଭିନ୍ନ ପ୍ରକାରର ଫଳ ଗଛ ଯଥା ଆମ୍ବ, ପିଜୁଳି, ସପେଟା, ଅମୃତଭଣ୍ଡା, ପଣସ ଓ କାଶ୍ମିରୀ ବେରି କୋଳି ପ୍ରଭୃତି ଚାଷ କରିବା ସହ ଏବେ ସେଓ ଚାଷ କରି ଅନେକ ଲୋକଙ୍କୁ ରୋଜଗାର ଦେଇଛନ୍ତି । ରବୀନ୍ଦ୍ର ପ୍ରଥମେ ପନିପରିବା ଚାଷ ସହ ଆମ୍ବ , ପିଜୁଳି ଚାଷ କରି ବାହାର ବଜାରକୁ ନେଇ ବିକି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ପରେ ଏହି ଚାଷରେ ନିଜ ପରିବାର ପ୍ରତିପୋଷଣ କରିବା କଷ୍ଟ ହେବାରୁ ଓଡ଼ିଶା ବାହାରର ଏକ ସେଓ ବଗିଚାକୁ ଯାଇ ସେଠାରୁ ସେଓ ଚାଷ ଶିଖିଥିଲେ । ଏହି ଚାଷ ଶିଖିବା ପରେ ଏକ ବର୍ଷ ପୂର୍ବେ ପରୀକ୍ଷାମୂଳକ ଭାବେ ୬୦ଟି ସେଓ ଗଛ ଚାରା ହିମାଚଳ ପ୍ରଦେଶ ରାଜ୍ୟରୁ ଆଣି ନିଜ ବଗିଚାରେ ଲଗାଇଥିଲେ । ଏହା ଦେଖି ପ୍ରଥମେ ଗ୍ରାମବାସୀମାନେ ରବୀନ୍ଦ୍ରଙ୍କୁ ସମାଲୋଚନା କରିବା ସହ ଯାଜପୁରରେ ସେଓ ଫଳାଇବା ଅସମ୍ଭବ ବୋଲି କହୁଥିଲେ ।

ଏହା ମଧ୍ୟ ପଢନ୍ତୁ-Wrestlers Protest: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ କିଷାନ ସଂଘର ମହାପଞ୍ଚାୟତ ଡାକରା, ସଜାଗ ପୋଲିସ

ହେଲେ ଏହାକୁ ଭୃକ୍ଷେପ ନକରି ରବୀନ୍ଦ୍ର ପ୍ରାୟ ଏକ ବର୍ଷ ପରେ ଶେଷରେ ଚଳିତ ବର୍ଷ ସଫଳତା ପୂର୍ବକ ଗଛରେ ସେଓ ଫଳାଇଛନ୍ତି । ତେବେ ପ୍ରଥମେ ସେଓ ଗଛରେ ପ୍ରଚୁର ପରିମାଣର ସେଓ ଫଳିବା ଯୋଗୁଁ ଗଛ ପ୍ରତି ବିପଦ ଆଶଙ୍କା କରି ରବିନ୍ଦ୍ର ଅଳ୍ପ ସେଓ ରଖି ବାକି ସବୁ ସେଓକୁ ଝଡାଇ ଦେଇଛନ୍ତି । ଆଜି ଓଡ଼ିଶା ଜଳବାୟୁ ତଥା ଯାଜପୁର ଭଳି ଜିଲ୍ଲାରେ ସେଓ ଚାଷ କରି ଅସମ୍ଭବକୁ ସମ୍ଭବ କରି ସାରା ରାଜ୍ୟକୁ ଦେଖାଇଛନ୍ତି ରବିନ୍ଦ୍ର । ରବିନ୍ଦ୍ରଙ୍କ ଏହି ସେଓ ଚାଷ ବିଷୟରେ ଜାଣିବା ପରେ ବିଭିନ୍ନ ଜିଲ୍ଲାରୁ ଚାଷୀ ଆସି ରବିନ୍ଦ୍ରଙ୍କ ସେଓ ବଗିଚା ବୁଲି ଦେଖିବା ସହ ବେଶ ପ୍ରଶଂସା କରୁଛନ୍ତି । ଚଳିତ ବର୍ଷ ପ୍ରଥମ କରି ସେଓ ଫଳିଥିବା ବେଳେ ସେଓକୁ ଛାଡି ଅନ୍ୟ ସମସ୍ତ ଫଳ ଚାଷରୁ ଖର୍ଚ୍ଚ ଯିବା ପରେ ବର୍ଷକୁ ପ୍ରାୟ 3 ଲକ୍ଷ ଟଙ୍କା ଆୟ କରୁଛନ୍ତି ରବୀନ୍ଦ୍ର । ଯାଜପୁର ଭଳି ଜିଲ୍ଲାରେ ସାଧାରଣତଃ ଆଜିର ଯୁବପିଢ଼ି ଚାକିରି ପଛରେ ଗୋଡ଼ାଉଥିବା ବେଳେ ରବୀନ୍ଦ୍ର ଓ ତାଙ୍କ ଭାଇଙ୍କର ଏଭଳି ଉଦ୍ୟମ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details