ଓଡିଶା

odisha

ETV Bharat / state

ଲିଫ୍ଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ - ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ

ଲିଫ୍ଟ ଦେବା ବାହାନାରେ ଅପହରଣ କରି ନେଇ ଜଣେ ନାବାଳିକାକୁ ଏକାଧିକ ଥର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଗିରଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Sep 26, 2019, 10:12 AM IST

ଯାଜପୁର: ଘରେ ଛାଡି ଦେବାକୁ କହି ଅପହରଣ କରାଯିବାପରେ ଜଣେ ନାବାଳିକାକୁ ଏକାଧିକ ଥର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି କଳିଙ୍ଗନଗର ଥାନା ଅନ୍ତର୍ଗତ ଦାନଗଦି ବ୍ଲକର ଶଗଡଗୁଳା ଗ୍ରାମରେ । କଳିଙ୍ଗନଗର ଥାନାରେ ମାମଲା ରୁଜୁ ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ରବିକୁ ଗିରଫ କରିଛି । ପୋଲିସ ଡାକ୍ତରୀ ମାଇନା କରିବାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁସାରେ, ଗତ ରବିବାର ଗ୍ରାମ ନିକଟରେ ହେଉଥିବା ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖି ବେଲନ୍ଦା ଗ୍ରାମର ୨ ଜଣ ନାବାଳିକା ଫେରୁଥିଲେ । ସେହି ସମୟରେ ମଟର ସାଇକେଲରେ ଆସୁଥିବା ଶଗଡଗୁଳା ଗ୍ରାମର ପ୍ରସନ୍ନ ମହାନ୍ତଙ୍କ ପୁଅ ରବି(୨୮) ସେମାନଙ୍କୁ ଘରେ ଛାଡି ଦେବାକୁ କହିଥିଲା । ରବି ପରିଚିତ ହୋଇଥିବାରୁ ନାବାଳିକା ଦ୍ବୟ ତା ସାଙ୍ଗରେ ଯାଇଥିଲେ । ବେଲନ୍ଦା ଛକ ନିକଟରେ ଜଣେ ନାବାଳିକା ଗାଡିରୁ ଓହ୍ଲାଇଥିଲେ । ଏହାପରେ ରବି କ୍ଷୀପ୍ର ଗତିରେ ମଟର ସାଇକଲକୁ ନେଇ ଜଙ୍ଗଲ ଆଡକୁ ଯାଇଥିଲା ।

ସେଠାରେ ଜୀବନରୁ ମାରିଦେବାକୁ ଭୟ ଦେଖାଇ ଅଭିଯୁକ୍ତ ଜଣକ ନାବାଳିକା ସହ ଦୁଷ୍କର୍ମ କରିଥିଲା । ସେଠାରୁ ପୁଣି ନାବାଳିକାକୁ ଗାଡିରେ ବସାଇ ଶିଳ୍ପାଞ୍ଚଳର ମାନପୁର ଛକସ୍ଥିତ ଏକ ଘରକୁ ନେଇଯାଇଥିଲା । ସେଠାରେ ସେ ନାବାଳିକାକୁ ରାତି ସାରା ଅଟକ ରଖି ଏକାଧିକ ଥର ଦୁଷ୍କର୍ମ କରିଥିଲା । ପରଦିନ ସକାଳେ ନାବାଳିକାକୁ ଡୁବୁରୀ ଛକରେ ଛାଡି ସେଠାରୁ ଫେରାର ହୋଇଯାଇଥିଲା । ନାବାଳିକା ଜଣକ ଡୁବୁରୀରୁ କୌଣସି ପ୍ରକାର ଗାଁକୁ ଫେରି ନିଜ ପରିବାରକୁ ରବିର କାଣ୍ଡ ସମ୍ପର୍କରେ ଜଣାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details