ଯାଜପୁର: ବାପା ଝିଅ ଭଳି ପବିତ୍ର ସମ୍ପର୍କରେ ଦାଗ । ବାପା ସାଜିଛି ସଇତାନ । ଆଉ ନିଜ 14 ବର୍ଷର ଝିଅର ଉଜ୍ଜତ ସହ ଖେଳୁଛି ଖେଳ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବିଞ୍ଝାରପୁର ଥାନା ଅଞ୍ଚଳରୁ। ଯାହାକୁ ନେଇ ସାରା ଜିଲ୍ଲାରେ ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନାମୂତାବକ, ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ବିଞ୍ଝାରପୁର ଥାନା ଅନ୍ତର୍ଗତ ରୁଦ୍ରପୁର ଗାଁରେ । ଆଜି କି କାଲି ନୁହଁ ଦୀର୍ଘ ୬ ମାସ ଧରି ନିଜ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯ୍ୟାତନା ଦେଉଥିଲା ସଇତାନ ବାପା । ଏଥିପାଇଁ ଗାଁରେ ମଧ୍ୟ ଅନେକ ଥର ନ୍ୟାୟ ନିଶାବ ବସିସାରିଛି । ହେଲେ ଫଳ ଶୂନ, ସଇତାନ ବାପ ପାଖରୁ ବର୍ତ୍ତି ପାରିନି ନିରୀହ ପୀଡ଼ିତା ।