ଓଡିଶା

odisha

ETV Bharat / state

ନିରାଡମ୍ବର ଭାବେ କାଳିପୂଜା କରିବାକୁ ପୂଜା କମିଟିର ନିଷ୍ପତ୍ତି, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

କୋରୋନା କଟକଣା ମାନି କାଳିପୂଜା କରିବାକୁ ଯାଜପୁର ପୂଜା କମିଟିର ନିଷ୍ପତ୍ତି । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ବିଭିନ୍ନ ପୂଜା କମିଟିର ସଦସ୍ୟ ।

ନିରାଡମ୍ବର ଭାବେ କାଳିପୂଜା କରିବାକୁ ପୂଜା କମିଟିର ନିଷ୍ପତ୍ତି, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର
ନିରାଡମ୍ବର ଭାବେ କାଳିପୂଜା କରିବାକୁ ପୂଜା କମିଟିର ନିଷ୍ପତ୍ତି, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

By

Published : Oct 15, 2020, 8:35 PM IST

ଯାଜପୁର: ଚଳିତ ବର୍ଷ ଯାଜପୁରର ଗଣପର୍ବ କାଳିପୂଜା ଅତ୍ୟନ୍ତ ନିରାଡ଼ମ୍ବର ଭାବେ କରାଯିବ । ଏନେଇ ସହରର ସମସ୍ତ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶ୍ୟାମାକାଳୀ ପୂଜା କମିଟି ଏବଂ ଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା କର୍ଣଟ କେଶରୀ ଦାସଙ୍କ ନେତୃତ୍ତ୍ବରେ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ନିରାଡମ୍ବର ଭାବେ କାଳିପୂଜା କରିବାକୁ ପୂଜା କମିଟିର ନିଷ୍ପତ୍ତି, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ସେପଟେ କାଳୀ ପୂଜା ପାଳନ ନେଇ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଆସିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହାସହ କୋରୋନା କଟକଣାକୁ ପାଳନ କରି ପୂଜା କରାଯିବ ଓ ବିଧି ରକ୍ଷା କରାଯିବ ବୋଲି ଜିଲ୍ଲାପାଳ ପୂଜା କମିଟି ସଦସ୍ୟ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details