ଓଡିଶା

odisha

ETV Bharat / state

ଶିଳ୍ପକେନ୍ଦ୍ର ସ୍ଥାନାନ୍ତର ନେଇ ପ୍ରତିବାଦ

ଶିଳ୍ପକେନ୍ଦ୍ର ସ୍ଥାନାନ୍ତରକୁ ନେଇ ପ୍ରତିବାଦ । ଜଗତପୁର ଠାରେ ଥିବା ଜିଲ୍ଳା ଶିଳ୍ପକେନ୍ଦ୍ରକୁ କେନ୍ଦୁଝର ଜିଲ୍ଳା ନିକଟ ଓ ଯାଜପୁର ସୀମାନ୍ତ ଚାନ୍ଦମା ଅଞ୍ଚଳକୁ କରାଯାଉଛି ସ୍ଥାନାନ୍ତର । ଏନେଇ ହସ୍ତଶିଳ୍ପ କର୍ମଜୀବୀ ସଂଘ ପକ୍ଷରୁ ପ୍ରତିବାଦ ହୋଇଛି।

By

Published : Jun 8, 2019, 11:11 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ଯାଜପୁର: ଶିଳ୍ପକେନ୍ଦ୍ର ସ୍ଥାନାନ୍ତରକୁ ନେଇ ଉଠିଲା ପ୍ରତିବାଦର ସ୍ବର । ଯାଜପୁର ଜିଲ୍ଳା ହସ୍ତଶିଳ୍ପ କର୍ମଜୀବୀ ସଂଘ ପକ୍ଷରୁ କରାଯାଇଛି ପ୍ରତିବାଦ । ଜଗତପୁର ଠାରେ ଥିବା ଜିଲ୍ଲା ଶିଳ୍ପକେନ୍ଦ୍ରକୁ କେନ୍ଦୁଝର ଜିଲ୍ଲା ନିକଟ ଓ ଯାଜପୁର ସୀମାନ୍ତ ଚାନ୍ଦମା ଅଞ୍ଚଳକୁ ନିଆଯାଉଥିବାରୁ ହୋଇଛି ପ୍ରତିବାଦ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ସଂଘର ଉପଦେଷ୍ଟା ଭକ୍ତ ଚରଣ ସାହୁ ଓ ସଭାପତି ମହେଶ୍ବର ଓଝାଙ୍କ ନେତୃତ୍ବରେ ଜିଲ୍ଳା ସମସ୍ତ ହସ୍ତଶିଳ୍ପ କାରିଗର ଛତିଆଠାରେ ଏକାଠି ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବିରୋଧ କରିଛନ୍ତି । ରାଜ୍ୟ ସରକାର ଏହାର ପୁନର୍ବିଚାର ନକଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details