ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ପୂରଣ ନେଇ ବେସରକାରୀ କଲେଜ ଅଧ୍ୟାପକଙ୍କ ଆନ୍ଦୋଳନ ଧମକ

ବିଭିନ୍ନ ଦାବି ପୂରଣ ନେଇ ବେସରକାରୀ କଲେଜ ଅଧ୍ୟାପକଙ୍କ ଆନ୍ଦୋଳନ ଧମକ। ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ଯାଜପୁର ରୋଡ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଛି ।

By

Published : Feb 11, 2019, 4:27 PM IST

Updated : Feb 11, 2019, 4:34 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ଯାଜପୁର

ଭିଡିଓ ସୌଜନ୍ୟ : ସମ୍ବାଗଦାତା, ଯାଜପୁର
ଯାଜପୁର: ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ଯାଜପୁର ରୋଡ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଛି । ସଂଘର ରାଜ୍ୟ ସମ୍ପାଦକ ଦୁଷ୍ମନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଅନ୍ୟାନ୍ୟ ପଦାଧିକାରୀ ମାନେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ ।

ବ୍ଲକଗ୍ରାଣ୍ଟ କର୍ମଚାରୀଙ୍କୁ ସର୍ଭିସ କଣ୍ଡିସନ ଦେବା, ଅଧ୍ୟାପକ ମାନଙ୍କୁ ପଦୋନ୍ନତି ଦେବା, ଯୋଗ୍ୟତା ଆଧାରରେ ଅଧ୍ୟାପକ ଅଧ୍ୟାପିକାଙ୍କୁ ରିଡର୍ ଭାବେ ଅବସ୍ଥାପିତ କରିବା, ୟୁଜିସି ସମ୍ପ୍ରସାରଣ, ଅବସରକାଳୀନ ବୟସ ସୀମା 62ବର୍ଷକୁ ବୃଦ୍ଧି କରିବା ଆଦି ବିଭିନ୍ନ ଦାବି ନେଇ ସରକାରଙ୍କୁ ବାରମ୍ବାର ଦାବି ଜଣାଯାଇଛି ।

ତେବେ ଅଦ୍ୟାବଧି ଏହା ପୂରଣ କରାଯାଇନାହିଁ । ସେଥିପାଇଁ ଆସନ୍ତା ଫେବୃଆରୀ 12 ତାରିଖ ଦିନ ବିଧାନସଭା ସମ୍ମୁଖରେ ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ବେସରକାରୀ କଲେଜରୁ ପ୍ରାୟ 30 ହଜାରରୁ ଊର୍ଦ୍ଧ୍ୱ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 11, 2019, 4:34 PM IST

For All Latest Updates

ABOUT THE AUTHOR

...view details