ଯାଜପୁର: ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସାମ୍ୟବାଦୀ ନେତା ଫନୀ ପାଲଙ୍କ ନାମକୁ ସ୍କୁଲ ନାମରୁ ଅପସାରଣ କରାଯିବା ଏବଂ ଫନୀ ପାଲ ପ୍ରାଥମିକ ବିଦ୍ୟାଳୟକୁ ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମିଲ କରିବା ନିଷ୍ପତ୍ତି ବିରୋଧରେ ତେଜିଛି ଜନମତ । ଏହା ପ୍ରତିବାଦରେ ଯାଜପୁର ସ୍ଥିତ ବ୍ୟାସ ନଗର ଫନୀ ପାଲ ସ୍ମୃତି କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।
ଫନୀ ପାଲ ସ୍ମୃତି କମିଟିର ସାମ୍ବାଦିକ ସମ୍ମିଳନୀ ତେବେ ବିଦ୍ୟାଳୟଟି ପ୍ରାରମ୍ଭରୁ ଏ ଅଞ୍ଚଳର ଜଣେ ବର୍ଷିୟାନ୍ ସମାଜସେବୀ ତଥା ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତଃ ଫନୀ ପାଲଙ୍କ ନାମରେ ରହିଆସିଥିଲା । ମାତ୍ର ଏବେ ଏଥିରେ କାହିଁକି ଅନ୍ତରାୟ ସୃଷ୍ଟି କରାଯାଉଛି ବୋଲି ସ୍ମୃତି କମିଟି ପକ୍ଷରୁ ପ୍ରଶ୍ନ କରାଯାଇଛି ।
ସେହିପରି କୋ-ଏଜୁକେସନ୍ ବ୍ୟବସ୍ଥାରେ ଥିବା ଏହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା 200ରୁ ଉର୍ଦ୍ଧ ହୋଇଥିବା ବେଳେ ହଠାତ୍ ଏହି ବିଦ୍ୟାଳୟକୁ ଶଶିଭୂଷଣ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମିଲ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଯାଇଛି ।
ଏହାସହ ଏହି ଦୁଇ ବିଦ୍ୟାଳୟ ମଧ୍ୟରେ ଏକ ରାସ୍ତା ଯାଇଥିବାରୁ ଏହା ମଧ୍ୟ ଛାତ୍ରଛାତ୍ରୀଙ୍କ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ଯୁକ୍ତି ଦର୍ଶାଯାଇଛି । ମନମୁଖୀ ଭାବରେ ବିଦ୍ୟାଳୟର ଏପରି ନାମ ପରିବର୍ତ୍ତନ କରିବା ଦ୍ବାରା ଏହା ଲୋକଙ୍କ ଭାବନା ପ୍ରତି କୁଠାରଘାତ କରାଯାଇଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ତେବେ ତୁରନ୍ତ ଏହି ନିଷ୍ପତ୍ତି ବଦଳାଇବାକୁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ