ଓଡିଶା

odisha

ETV Bharat / state

ଆକ୍ରମଣକାରୀକୁ ଗିରଫ ଦାବିରେ ଥାନା ଘେରାଉ - jajpur news

ଯାଜପୁର ଜିଲ୍ଳାର ବାଲିଚନ୍ଦ୍ରପୁର ଥାନା ଘେରାଉ କରିଛନ୍ତି ସ୍ଥାନୀୟ ପଣସପୁର ଗାଁର ପୁରୁଷ ଏବଂ ମହିଳା। ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବିରେ ଥାନା ଘେରାଉ କରାଯାଇଥିବା ଜଣାପଡିଛି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

By

Published : Sep 25, 2019, 11:31 AM IST

ଯାଜପୁର: ଆକ୍ରମଣକାରୀକୁ ଗିରଫ କରିବା ଦାବିରେ ଯାଜପୁର ଜିଲ୍ଳାର ବାଲିଚନ୍ଦ୍ରପୁର ଥାନା ଘେରାଉ କରିଛନ୍ତି ସ୍ଥାନୀୟ ପଣସପୁର ଗାଁର ପୁରୁଷ ଓ ମହିଳା । ତେବେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ଓହରିଥିଲା ଗ୍ରାମବାସୀ।

ଗତ ୨୦ ତାରିଖ ଦିନ ମାହାଙ୍ଗା ପଣସପୁର ଗାଁର ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ସାନପୁଅ କ୍ଷୀତିଶ ମହାରଣାଙ୍କୁ ବାଲିଚନ୍ଦ୍ରପୁର ବଜାର ନୂଆପୋଲ ଠାରେ ଅତର୍କିତ ଭାବେ ଆକ୍ରମଣ କରାଯାଇଥିଲା। ସମ୍ବିତ ସେଠୀ, ଅଜିତ ସେଠୀ, ଦୀପ୍ତସୁନ୍ଦର ସେଠୀ, ଭୂଦେବ ସେଠୀ ଓ ମାହାଙ୍ଗା ଥାନା କୁସୁପୁର ଗାଁର ହିତେଶ ସାହୁ, ସାହିଲ ଜେନା ପ୍ରମୁଖ ବ୍ୟାଟ ଓ ଲୁହାଛଡରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଅଭିଯୁକ୍ତଙ୍କ ବିରୁଦ୍ଧରେ ଆକ୍ରମଣରେ ଆହତ ହୋଇଥିବା କ୍ଷୀତିଶଙ୍କ ବଡଭାଇ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପ୍ରତିବାଦରେ ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details