ଯାଜପୁର: ଜିଲ୍ଲାରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ର ପ୍ରଭାବ । ମହିଳା, ବରିଷ୍ଠ ନାଗରିକ ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ପୋଲିସ ଶୁଭାରମ୍ଭ କରିଛି ପିସିଆର ଭ୍ୟାନ ସେବା। ବୁଧବାର ଯାଜପୁର ଜିଲ୍ଲା ପୋଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଏବଂ ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରା ୭ଟି ପିସିଆର ଭ୍ୟାନକୁ ଲୋକାର୍ପିତ କରାଯାଇଛି।
ପୋଲିସ ପକ୍ଷରୁ ଏହି ସେବା ମିଳିବା ପ୍ରଥମ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୭ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ବାକି ଥିବା ସ୍ଥାନ ଗୁଡିକରେ ପିସିଆର ଯୋଗାଇ ଦିଆଯିବ ବୋଲି କହିଛନ୍ତି ଏସ.ପି ଚରଣ ସିଂ ମୀନା । ଯାଜପୁର ରାଜ୍ୟର ଏକ ପ୍ରମୁଖ ଜିଲ୍ଲା । ଏହା ମଧ୍ୟଦେଇ ଯାଇଛି ୩ଟି ଜାତୀୟ ରାଜପଥ । ତେଣୁ ଅନ୍ତଃରାଜ୍ୟ ଡ଼କାୟତ ଗ୍ୟାଙ୍ଗ, ଲୁଟେରା , ଏବଂ ଅସାମାଜିକ ବ୍ୟକ୍ତିଙ୍କ ଦାଉରୁ ଜନସାଧାରଣଙ୍କୁ ଏହି ଭ୍ୟାନ ସୁରକ୍ଷା ଯୋଗାଇଦେବ ବୋଲି ଡିଆଇଜି ଆଶିଷ ସିଂ କହିଛନ୍ତି।