ଓଡିଶା

odisha

By

Published : Nov 8, 2020, 9:51 PM IST

ETV Bharat / state

ଖଣିଡମ୍ପିଂରେ ଅସ୍ତବ୍ୟସ୍ତ ଚିରୁସାହି, ବିସ୍ଥାପନ ଦାବି କଲେ ବାସିନ୍ଦା

ଖଣି ଡମ୍ପିଂ ଯୋଗୁଁ ଯାଜପୁର ଜିଲ୍ଲା ସୁକୁରଙ୍ଗୀ ଅଞ୍ଚଳର ଚିରୁସାହି ବିସ୍ଥାପିତ ହେବାକୁ ଦାବି କରିଛନ୍ତି। ଖଣି ଡମ୍ପିଂ ଯୋଗୁଁ ଅଞ୍ଚଳରେ ଧୂଳି ପ୍ରଦୂଷଣ ସହ ଅନେକ ମାତ୍ରାରେ ଶବ୍ଦ ପ୍ରଦୂଷଣ ହେଉଛି। ଉପଯୁକ୍ତ କ୍ଷତି ପୂରଣ ସହ ଥଇଥାନ ପାଇଁ ଦାବି ହୋଇଛି। ଅଧିକ ପଢ଼ନ୍ତୁ...

ଖଣି ଡମ୍ପିଂ ଯୋଗୁଁ ଚିରୁସାହିବାସୀଙ୍କ ଜୀବନ ଅସ୍ତବ୍ୟସ୍ତ, ବିସ୍ଥାପିତ ହେବାକୁ ଉଠିଲା ଦାବି
ଖଣି ଡମ୍ପିଂ ଯୋଗୁଁ ଚିରୁସାହିବାସୀଙ୍କ ଜୀବନ ଅସ୍ତବ୍ୟସ୍ତ, ବିସ୍ଥାପିତ ହେବାକୁ ଉଠିଲା ଦାବି

ଯାଜପୁର:ଖଣି ଅଞ୍ଚଳରୁ ବିସ୍ଥାପିତ ହେବାକୁ ଦାବି କଲେ ଲୋକେ। ଯାଜପୁର ଜିଲ୍ଲା ସୁକୁରଙ୍ଗୀ ଅଞ୍ଚଳର ଚିରୁସାହିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ କାଳିଆପାଣି ଖଣି ଅଞ୍ଚଳରେ ଓଡିଶା ଖଣି ନିଗମର ଡମ୍ପିଂ ୟାର୍ଡ ରହିଛି। ତେବେ ପ୍ରତିଦିନ ଖଣି ଡମ୍ପିଂ ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ଅଞ୍ଚଳରୁ ବିସ୍ଥାପନ ସହ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ଲୋକେ।

ଖଣି ଡମ୍ପିଂ ଯୋଗୁଁ ଚିରୁସାହିବାସୀଙ୍କ ଜୀବନ ଅସ୍ତବ୍ୟସ୍ତ, ବିସ୍ଥାପିତ ହେବାକୁ ଉଠିଲା ଦାବି

ଯାଜପୁର ସୁକିନ୍ଦା ଖଣି ଉପତ୍ୟାକା କାଳିଆପାଣି ଖଣି ଅଞ୍ଚଳ ନିକଟରେ ରହିଛି ସୁକୁରଙ୍ଗୀର ଚିରୁସାହି। ଚିରୁସାହିରେ ବାସ କରୁଛନ୍ତି 13ଟି ପରିବାର। ଦିନ ମଜୁରିଆ ଓ କୌଣସି ଛୋଟ ବ୍ୟବସାୟ କରି ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ ବାସ କରି ଆସୁଛନ୍ତି ଏହି ପରିବାର। ତେବେ ଓଡିଶା ଖଣି ନିଗମର ଲିଜ୍ ନେଇଥିବା ଜମି କାଳିଆପାଣି ଖଣିରେ ଡମ୍ପିଂ ଆରମ୍ଭ ହେବା ଦିନଠାରୁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଖଣି ଡମ୍ପିଂ ଯୋଗୁଁ ପ୍ରତିଦିନ ଢୋ ଢା ଶବ୍ଦ ସାଙ୍ଗକୁ ଭୟଙ୍କର ଭାବେ ଧୂଳି ପ୍ରଦୂଷଣ ହେଉଛି। ଶବ୍ଦ ପ୍ରଦୂଷଣ ଯୋଗୁଁ ପିଲାଙ୍କ ପାଠପଢାରେ ନାନା ସମସ୍ୟ ଦେଖା ଦେଇଛି। ଏହାସହ ଧୂଳି ପ୍ରଦୂଷଣ ଯୋଗୁଁ ସ୍ବାଶ ରୋଗ ସମସ୍ୟା ଦେଖାଦେଇ ପାରେ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଏହି ଖଣି ଡମ୍ପିଂ ଦିନକୁ ଦିନ ଚିରୁସାହି ଆଡ଼କୁ ମାଡ଼ି ଚାଲିଛି। ଫଳରେ ନିଜର ବାସସ୍ଥାନକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଏଠାକାରେ ଲୋକେ। ଏଭଳି ସ୍ଥିତିରେ ସେମାନଙ୍କୁ ବିସ୍ଥାପିତ କରିବାକୁ ଦାବି କରିଛନ୍ତି ଚିରୁସାହିବାସୀ। କ୍ଷତିପୂରଣ ବାବଦକୁ ପ୍ରତି ପରିବାରକୁ 30 ଲକ୍ଷ ଟଙ୍କା, ପରିବାର ଜଣଙ୍କୁ ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବେ ଓଡ଼ିଶା ଖଣି ନିଗମରେ ଚାକିରୀ ଓ ରହିବାକୁ ଯାଗା ଦେବାକୁ ଦାବି କରିଛନ୍ତି ଲୋକେ। ସମସ୍ତ ଦାବି ଯଥାଶୀଘ୍ର ପୂରଣ କରିବାକୁ ଦାବି କରିଛନ୍ତି ଲୋକେ। ଦାବି ପୂରଣ ନହେଲେ ଭୟାବହ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଲୋକେ।

ଘଟଣାକୁ ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ଲୋକେ। ଘଟଣାକୁ ନେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଚିରୁସାହି ଅଞ୍ଚଳଟି ଲିଜ୍ ଏରିଆ ମଧ୍ୟରେ ଯାଉଛି । ଏମାନଙ୍କୁ ବିସ୍ଥାପିତ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଖଣିସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା ଚାଲିଛି । ବାସ୍ତବ ସ୍ଥିତିର ଅନୁଧ୍ୟାନ ପରେ କ୍ଷତିପୂରଣ ସହ ଥଇଥାନ କରାଯିବ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details