ଓଡିଶା

odisha

ETV Bharat / state

ଦୁଇ ବର୍ଷ ହେଲା ପିହୁକୁ ପାଉନି ପୋଲିସ, ନ୍ୟାୟ ପାଇଁ ମାଆଙ୍କ ଧାରଣା - ଯାଜପୁର ଶିଶୁ କନ୍ୟା ପିହୁ

ଯାଜପୁର ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଶିଶୁ କନ୍ୟା ପିହୁ ନିଖୋଜ ଘଟଣାକୁ ୨ ବର୍ଷ । ନ୍ୟାୟ ପାଇଁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପିହୁର ମାଆ ମୋନାଲିସା ନାୟକ । ଅଧିକ ପଢ଼ନ୍ତୁ

ଦୁଇ ବର୍ଷ ହେଲା ପିହୁକୁ ପାଉନି ପୋଲିସ, ନ୍ୟାୟ ପାଇଁ ମାଆଙ୍କ ଧାରଣା
ଦୁଇ ବର୍ଷ ହେଲା ପିହୁକୁ ପାଉନି ପୋଲିସ, ନ୍ୟାୟ ପାଇଁ ମାଆଙ୍କ ଧାରଣା

By

Published : Aug 8, 2022, 4:37 PM IST

ଯାଜପୁର: ବହୁ ଚର୍ଚ୍ଚତ ପିହୁ ନିଖୋଜ ଘଟଣାକୁ ପୁରିଲା ୨ ବର୍ଷ । ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ୨ ବର୍ଷର ଶିଶୁ କନ୍ୟା ପିହୁର ପତ୍ତା ପାଇବାରେ ବିଫଳ ହୋଇଛି ପୋଲିସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପିହୁର ମାଆ ମୋନାଲିସା ନାୟକ । ତାଙ୍କ କଥାକୁ ରାଜ୍ୟ ସରକାର ଗ୍ରହଣ କରୁନାହାନ୍ତି କି ତାଙ୍କ ଝିଅକୁ ଖୋଜିବାରେ ପୋଲିସ ତତ୍ପରତା ଦେଖାଉନଥିବାରୁ ସେ ଧାରଣା ଜାରି ରଖିବେ ବୋଲି କହିଛନ୍ତି ।

ଦୁଇ ବର୍ଷ ହେଲା ପିହୁକୁ ପାଉନି ପୋଲିସ, ନ୍ୟାୟ ପାଇଁ ମାଆଙ୍କ ଧାରଣା

ତେବେ ୨୦୨୨ ମସିହା ଅଗଷ୍ଟ ୮ ତାରିଖରେ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା । ଏନେଇ ବିଞ୍ଝାରପୁର ଥାନାରେ ତାର ମାଆ ମୋନାଲିସା ଅଭିଯୋଗ କରିଥିଲେ । କିନ୍ତୁ ପୋଲିସର ନିଷ୍କ୍ରିୟତା କାରଣରୁ ତାଙ୍କ ଝିଅ ମିଳୁନଥିବା ସେ ଅଭିଯୋଗ କରିଛନ୍ତି । କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରି ମଧ୍ୟ କୌଣସି ଲାଭ ମିଳିନାହିଁ । ପୂର୍ବରୁ ସେ ଜିଲ୍ଲାପାଳଙ୍କ ମାଧ୍ୟମରେ ଇଛାମୃତ୍ୟୁ ପାଇଁ ନିବେଦନ କରିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

ସୂଚନା ଅନୁସାରେ, ପିହୁ ନିଖୋଜ ହେବା ବେଳେ ତା ମାଆ ଘର କାମ କରୁଥିଲେ । ଏହାସହ ପିହୁର ବାପା ମଧ୍ୟ ବାଙ୍ଗାଲୋରରୁ ଆସି ସଙ୍ଗରୋଧରେ ରହିଥିଲେ । ସାଥିଙ୍କ ମେଳରେ ଖେଳୁଥିବା ସମୟରେ ହଠାତ୍ କେଉଁ ଆଡେ ଗାଏବ ହୋଇଯାଇଥିଲା ପିହୁ । ଝିଅର ସନ୍ଧାନ ନମିଳିବାରୁ ଥାନାକୁ ଯାଇ ମାମଲା ରୁଜୁ କରିଥିଲେ ବାପା ମାଆ । କେହିଜଣେ ଏକ ବାଇକରେ ଗାମୁଛରେ ବାନ୍ଧି ଜଣେ ଛୁଆକୁ ନେଇ ଯାଉଥିବା ନେଇ କିଛି ସ୍ଥାନୀୟ ଲୋକ କହିଥିଲେ । ହେଲେ ଏହି ଆଧାରରେ ପୋଲିସ କୌଣସି ତଦନ୍ତ କରୁନାହିଁ ବୋଲି ଅଭିଯୋଗ ହୋଇଛି । ସେପଟେ ପିହୁର ଫେରିବା ବାଟକୁ ୨ ବର୍ଷ ହେଲା ଚାହିଁ ରହିଛନ୍ତି ବାପା ଓ ମାଆ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details