ଓଡିଶା

odisha

By

Published : May 1, 2022, 4:15 PM IST

ETV Bharat / state

ପାଣିକୋଇଲି ଟୋଲ ପ୍ଳାଜା ୱାର୍କର ୟୁନିଅନ ପାଳିଲା ଶ୍ରମିକ ଦିବସ

ଯାଜପୁର ପାଣିକୋଇଲି ଟୋଲ ପ୍ଳାଜା ୱାର୍କର ୟୁନିଅନ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରିଛି । ଅଧିକ ପଢନ୍ତୁ

ପାଣିକୋଇଲି ଟୋଲ ପ୍ଳାଜା ୱାର୍କର ୟୁନିଅନ ପାଳିଲା ଶ୍ରମିକ ଦିବସ
ପାଣିକୋଇଲି ଟୋଲ ପ୍ଳାଜା ୱାର୍କର ୟୁନିଅନ ପାଳିଲା ଶ୍ରମିକ ଦିବସ

ଯାଜପୁର: ଆଜି(ରବିବାର) ହେଉଛି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ଏହି ଅବସରରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ହେଉଛି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । ଜିଲ୍ଲାର ପାଣିକୋଇଲି ଟୋଲ ପ୍ଳାଜା ୱାର୍କର ୟୁନିୟନ ପକ୍ଷରୁ ମଧ୍ୟ ଶ୍ରମିକ ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଏହି ଦିବସର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଛନ୍ତି ।

ପାଣିକୋଇଲି ଟୋଲ ପ୍ଳାଜା ୱାର୍କର ୟୁନିଅନ ପାଳିଲା ଶ୍ରମିକ ଦିବସ

ୟୁନିଅନର ସଭାପତି ମନୋରଞ୍ଜନ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମାଜସେବୀ ନିମାଇଁ ଚରଣ ମଲ୍ଲିକ ମୁଖ୍ୟବକ୍ତା, ଶିକ୍ଷାବିତ ବନୋଜ ଜେନା ମୁଖ୍ୟ ଅତିଥି, ମ୍ୟାନେଜର ଭରତ ସିଂ ପ୍ରମୁଖ ଯୋଗ ଦେଇ ଶ୍ରମିକ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଶ୍ରମିକଙ୍କ ସ୍ବାର୍ଥ ପାଇଁ ଏହି ୟୁନିଅନ ଯେଉଁଭଳି କାର୍ଯ୍ୟ କରୁଛି ସେହିଭଳି ସବୁ ଶ୍ରମିକ ସଂଘ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ବରିଷ୍ଠ ସଦସ୍ୟଙ୍କୁ ୟୁନିଅନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details