ଓଡିଶା

odisha

By

Published : Jul 21, 2020, 5:06 PM IST

ETV Bharat / state

ଲକଡାଉନରେ ଅମାନିଆଙ୍କୁ ସାବାଡ ପାଇଁ ପ୍ରଶାସନର ରାତ୍ରିକାଳୀନ ଚେକିଂ

ଜିଲ୍ଲାରେ ଲକଡାଉନ କଟକଣାକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ । କେବଳ ଦିନରେ ନୁହେଁ ରାତିରେ ବି ହେଉଛି ଲକ ଡାଉନ ଚେକିଂ । ଅଧିକ ପଢନ୍ତୁ...

Overnight checks by the Jajpur District administration in Lockdown
ଲକଡାଉନରେ ଅମାନିଆଙ୍କୁ ସାବାଡ ପାଇଁ ପ୍ରଶାସନର ରାତ୍ରିକାଳୀନ ଚେକିଂ

ଯାଜପୁର: ଜିଲ୍ଲାରେ ଲକଡାଉନ କଟକଣାକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ । କେବଳ ଦିନରେ ନୁହେଁ ରାତିରେ ବି ହେଉଛି ଲକ ଡାଉନ ଚେକିଂ । ଜିଲାରେ କୋରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ଅଣ୍ଟା ଭିଡିଛି । ଦିନ ରାତି ଏକ କରିଦେଇଛନ୍ତି ପ୍ରଶାସନିକ ଅଧିକାରୀ ।

ଲକଡାଉନରେ ଅମାନିଆଙ୍କୁ ସାବାଡ ପାଇଁ ପ୍ରଶାସନର ରାତ୍ରିକାଳୀନ ଚେକିଂ

ଯାଜପୁର ସହରର ବିଭିନ୍ନ ସ୍ଥାନରେ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହି ଗାଡି ଗୁଡିକର ଯାଞ୍ଚ କରୁଛନ୍ତି । ରାତ୍ରି ସମୟରେ କେବଳ ଡାକ୍ତରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଦୋକାନ ବଜାର ଓ ଗାଡିମଟର ଚଳାଚଳକୁ ବାରଣ କରାଯାଇଛି ।

ତେବେ କିଛି ଅମାନିଆ ରାତ୍ରି ସମୟରେ ଲକଡାଉନ ନିୟମର ଉଂଲଘନ କରୁଥିବା ଦେଖାଯାଉଛି । ସେମାନଙ୍କ ପ୍ରତି ପ୍ରଶାସନ କଠୋର ମନୋଭାବ ଗ୍ରହଣ କରୁଛି । ନିୟମ ଉଂଲଘନକାରୀଙ୍କୁ ଜରିମାନା ଆଦାୟ ସହ ଆବଶ୍ୟକ ପଡିଲେ କୋଭିଡ ଆଇନରେ ମଧ୍ୟ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଛି । ପ୍ରଶାସନ ପକ୍ଷରୁ ଅଧିକ ସଂକ୍ରମଣକୁ ରୋକିବା ଲାଗି ସମସ୍ତ ପ୍ରକାର ପ୍ରୟାସ କରାଯାଉଥିବା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details