ଓଡିଶା

odisha

ETV Bharat / state

ଚକୋଲେଟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ - ଦୁଷ୍କର୍ମ

ଯାଜପୁର ବରୀ ଥାନା ଅନ୍ତର୍ଗତ ଅଲିଆବାଦ ଗାଁରେ ଲଜ୍ୟା । 8 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ।

ଫାଇଲ ଫଟୋ

By

Published : Aug 16, 2019, 7:20 PM IST

ଯାଜପୁର: ଚକୋଲେଟ ଆଳ ଦେଖାଇ 8 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଯାଜପୁର ବରୀ ଥାନା ଅନ୍ତର୍ଗତ ଅଲିଆବାଦ ଗାଁରେ ଘଟିଛି ଏହି ଘଟଣା । ଆଉ ଏଭଳି ଅମାନୁଷିକ କାମ କରିଛନ୍ତି ସ୍ଥାନୀୟ ଅଞ୍ଚଳର 50 ବର୍ଷୀୟ ଦାମୋଦର ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ନାବାଳିକା ଓ ତାଙ୍କ ଭାଇଙ୍କୁ ଚକୋଲେଟ ଯାଚିଥିଲେ ଅଭିଯୁକ୍ତ । ହେଲେ ପୀଡିତାଙ୍କ ଭାଇ ପ୍ରଥମେ ମନା କରିଥିଲେ । କିନ୍ତୁ ପୁଣିଥରେ ଅଭିଯୁକ୍ତ ସେମାନଙ୍କୁ ପାଖକୁ ଡାକିବାରୁ ଉଭୟ ଭାଇ ଭଉଣୀ ଯାଇଥିଲେ । ଆଉ ଭାଇକୁ ଠେଲି ନାବାଳିକାଙ୍କୁ ଘର ଭିତରକୁ ଭିଡି ନେଇ ଦୁଷ୍କର୍ମ କରିଥିଲା କାମୁକ ଦାମୋଦର ।

ଅନେକ ସମୟ ପର୍ଯ୍ୟନ୍ତ ଝିଅ ଘରକୁ ନଫେରିବାରୁ ମା’ ଚାରିଆଡେ ଖୋଜାଖୋଜି କରିଥିଲେ । ଚାରିଆଡେ ଖୋଜିବା ପରେ ଅଭିଯୁକ୍ତର ଘରୁ ଅଚେତ ଅବସ୍ଥାରେ ଝିଅକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର । ବର୍ତ୍ତମାନ ପୀଡ଼ିତାର ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ପୀଡିତାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୋଲିସ ଥାନାକୁ ଆଣି ପଚରାଉଚରା କରିବାସହ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details