ଓଡିଶା

odisha

ETV Bharat / state

ରାଜ୍ୟରେ ନାହାଁନ୍ତି କର୍ମଚାରୀ, ସରକାର କରୁଛନ୍ତି ‘ମୋ ବିଦ୍ୟୁତ’ ଯୋଜନା

ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କ ତୁଳନାରେ ନାହାଁନ୍ତି ଆବଶ୍ୟକୀୟ କର୍ମଚାରୀ । କିନ୍ତୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୋ ବିଦ୍ୟୁତ୍’ ଯୋଜନା । ଅନ୍ୟପକ୍ଷେ ଏହି ଯୋଜନା ସୁଫଳ ହେବା ନେଇ ସନ୍ଦେହ ପ୍ରକଟ କରିଛି ଓଡିଶା ରାଜ୍ୟ ବିଦ୍ୟୁତ୍ ନିଗମ ଯନ୍ତ୍ରୀ ସଂଘ । ଅଧିକ ପଢନ୍ତୁ:

ଓଡିଶା ରାଜ୍ୟ ବିଦ୍ୟୁତ୍ ନିଗମ ଯନ୍ତ୍ରୀ ସଂଘ
ଓଡିଶା ରାଜ୍ୟ ବିଦ୍ୟୁତ୍ ନିଗମ ଯନ୍ତ୍ରୀ ସଂଘ

By

Published : Nov 7, 2020, 5:34 PM IST

ଯାଜପୁର: ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କ ତୁଳନାରେ ନାହାଁନ୍ତି ଆବଶ୍ୟକୀୟ କର୍ମଚାରୀ । କିନ୍ତୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୋ ବିଦ୍ୟୁତ୍’ ଯୋଜନା । ଅନ୍ୟପକ୍ଷେ ଏହି ଯୋଜନା ସୁଫଳ ହେବା ନେଇ ସନ୍ଦେହ ପ୍ରକଟ କରିଛି ଓଡିଶା ରାଜ୍ୟ ବିଦ୍ୟୁତ୍ ନିଗମ ଯନ୍ତ୍ରୀ ସଂଘ । ଏହି ଯୋଜନାରେ ଉପଭୋକ୍ତାଙ୍କୁ ଆବେଦନର ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ଦେବା ପାଇଁ ନିୟମ କରିଛନ୍ତି ।

ଓଡିଶା ରାଜ୍ୟ ବିଦ୍ୟୁତ୍ ନିଗମ ଯନ୍ତ୍ରୀ ସଂଘ

ତେବେ ଏହା କେବେବି ସମ୍ଭବ ନୁହେଁ କାରଣ ପ୍ରତି ୫ ହଜାର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ୧୨ ଜଣ କର୍ମଚାରୀ ଆବଶ୍ୟକ । ରାଜ୍ୟରେ ଏବେ ୧ କୋଟିରୁ ଉର୍ଦ୍ଧ ବିଜୁଳି ଉପଭୋକ୍ତା ଅଛନ୍ତି । ଏଥିପାଇଁ ୯୦ ହଜାର କର୍ମଚାରୀ ରହିବା କଥା କିନ୍ତୁ ଅଛନ୍ତି ମାତ୍ର ୨୦ ହଜାର । ଏଭଳି ସ୍ଥଳରେ ପୁଣି ଏହି କର୍ମଚାରୀଙ୍କ ଉପରେ ରାଜ୍ୟ ସରକାର ମୋ ବିଦ୍ୟୁତ୍ ଯୋଜନା କରି ବୋଝ ଲଦିବାକୁ ଯାଉଛନ୍ତି । ଏପରିକି ଏହି ଯୋଜନା କାର୍ଯ୍ୟକାରି କରିବା ପୂର୍ବରୁ କୌଣସି କର୍ମଚାରୀ ସଂଘ ସହିତ ଆଲୋଚନା କରାଯାଇନଥିବା ଯାଜପୁର ବ୍ୟାସନଗରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ତେଣୁ ଆଗାମୀ ଦିନରେ ଖାଲିପଡିଥିବା ପଦବୀ ପୁରଣ ସହିତ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତିର ବ୍ୟବସ୍ଥା ନ କଲେ ମୋ ବିଦ୍ୟୁତ୍ ଯୋଜନାକୁ ସମ୍ପୁର୍ଣ୍ଣ ବର୍ଜନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details