ଓଡିଶା

odisha

ETV Bharat / state

ଅମ୍ଫାନ ସହଯୋଗ: ପଶ୍ଚିମବଙ୍ଗକୁ 50 ହଜାର ପାଲ ପଠାଇଲେ ରାଜ୍ୟ ସରକାର - Odisha government sent 50 thousand Palitin to West Bengal

ସାରା ବିଶ୍ବ ଏବେ କୋରୋନା ସହ ଲଢେଇ କରୁଥିବାବେଳେ, ଏପରି ସମୟରେ ଓଡିଶା ଓ ପଶ୍ଚିମବଙ୍ଗରେ ଦେଖାଦେଇଛି ବାତ୍ୟା ସମସ୍ୟା । ଏଥିରେ ଓଡିଶା ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ, ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା ଅମ୍ଫାନ । ଅଧିକ ପଢନ୍ତୁ...

ଅମ୍ଫାନ ସହଯୋଗ: ପଶ୍ଚିମବଙ୍ଗକୁ 50 ହଜାର ପାଲ ପଠାଇଲେ ରାଜ୍ୟ ସରକାର
ଅମ୍ଫାନ ସହଯୋଗ: ପଶ୍ଚିମବଙ୍ଗକୁ 50 ହଜାର ପାଲ ପଠାଇଲେ ରାଜ୍ୟ ସରକାର

By

Published : May 28, 2020, 2:47 PM IST

ଯାଜପୁର: କୋରୋନା ସାଙ୍ଗକୁ ଅମ୍ଫାନ ବାତ୍ୟା । ଏହି ବାତ୍ୟାରେ ବିଶେଷକରି ଉପକୂଳ ଓଡିଶାର 6ଟି ଜିଲ୍ଲା ବେଶୀ ପ୍ରଭାବିତ ହୋଇଥିଲା । ତେବେ ଅମ୍ଫାନ ସବୁଠୁ ବେଶୀ କ୍ଷତି ପହଞ୍ଚାଇଥିଲା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ । କୋଲକାତା ସମେତ ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ ପ୍ରଭୁତ କ୍ଷତି ଘଟାଇଛି ଅମ୍ଫାନ । ଯାହାକୁ ଉପଲବ୍ଧି କରି ପଶ୍ଚିମବଙ୍ଗକୁ ଏବେ ସହଯୋଗର ହାତ ବଢାଇଛନ୍ତି ରାଜ୍ୟ ସରକାର । ପ୍ରଭାବିତ ଅଞ୍ଚଳର ଲୋକଙ୍କ ଦୁଃଖଦୁର୍ଦ୍ଦଶାକୁ ଦୂର କରିବାକୁ ଦେଇଛନ୍ତି ପ୍ରତିଶୃତି।

ଅମ୍ଫାନ ସହଯୋଗ: ପଶ୍ଚିମବଙ୍ଗକୁ 50 ହଜାର ପାଲ ପଠାଇଲେ ରାଜ୍ୟ ସରକାର

ବିଶେଷକରି ବସ୍ତି ତଥା ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗକୁ ପଠାଇଛନ୍ତି 50 ହଜାର ପାଲ । ସେଥିପାଇଁ ଯାଜପୁରର ଧାନମଣ୍ଡଳ ସ୍ଥିତ ରାଜ୍ୟ ପଣ୍ୟାଗାର ନିଗମ ୱେୟାର ହାଉସରୁ ବଡ ବଡ ଟ୍ରକ ଯୋଗେ ପଠାଯାଉଛି ପାଲ । ଯାଜପୁର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ ରିଲିଫ କମିଶନରଙ୍କ ଯୁଗ୍ମସଚିବଙ୍କ ଯାଏ ଧାନମଣ୍ଡଳରେ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ ।

ଧାନମଣ୍ଡଳ ୱେୟାର ହାଉସରେ ରାତିସାରା ଚାଲିଥିଲା ପାଲ ବୁହା । ବୋହିଚାଲିଥିଲେ ବୋଝେଇ ଓ ଖଲାସି ଶ୍ରମିକ । ଉପସ୍ଥିତ ରହିଥିଲେ ଜିଲ୍ଲାପାଳ ଓ ଯୁଗ୍ମସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ । 50ହଜାର ପାଲ ପରିବହନ ପାଇଁ ସମୁଦାୟ 32ଟି 14 ଚକିଆ ଟ୍ରକକୁ ନିୟୋଜିତ କରାଯାଇଛି । ତନ୍ମଧ୍ୟରୁ ବୁଧବାର ରାତିରେ 16ଟି ଟ୍ରକରେ 25ହଜାର ପାଖାପାଖି ପାଲ ବୁହାସରିଥିବା ବେଳେ ଗୁରୁବାର ଅବଶିଷ୍ଟ 25 ହଜାର ପାଲ ଆଉ 16ଟି ଟ୍ରକରେ ବୁହାଯିବାର ଯୋଜନା ରହିଛି ।

ଯାଜପୁରରୁ ଜ୍ଞାନ ରଂଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details