ଓଡିଶା

odisha

ETV Bharat / state

ଦୂର ହେବ ଡାକ୍ତର ସମସ୍ୟା, ପୁରୀ ଓ ଯାଜପୁରରେ ହେବ ମେଡିକାଲ କଲେଜ - medical colleges in puri

ସ୍ବାସ୍ଥ୍ୟ ଅନୁଷ୍ଠାନ ତଥା ଡାକ୍ତରଖାନା ମାନଙ୍କରେ ଯୋଗ୍ୟ ଡାକ୍ତରଙ୍କ ଆବଶ୍ୟକତା ପୂରଣ ପାଇଁ ଭେଷଜ ଶିକ୍ଷାର ପ୍ରସାର ହେବ । ଏହି ଲକ୍ଷ୍ୟରେ ଆଜି ଯାଜପୁର ଓ ପୁରୀରେ ମେଡିକାଲ କଲେଜ ଆରମ୍ଭ ପ୍ରସ୍ତାବକୁ କ୍ୟାବିନେଟ ଦେଇଛି ମଞ୍ଜୁରୀ । ଅଧିକ ପଢନ୍ତୁ..

ଦୂର ହେବ ଡାକ୍ତର ସମସ୍ୟା, ପୁରୀ ଓ ଯାଜପୁରରେ ହେବ ମେଡିକାଲ କଲେଜ
ଦୂର ହେବ ଡାକ୍ତର ସମସ୍ୟା, ପୁରୀ ଓ ଯାଜପୁରରେ ହେବ ମେଡିକାଲ କଲେଜ

By

Published : Dec 14, 2020, 7:13 PM IST

ପୁରୀ/ ଯାଜପୁର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ପୁରୀରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ। 100 ସିଟ କଲେଜ 650 ଶଯ୍ୟା ବିଶିଷ୍ଟ ମେଡିକାଲର ପ୍ରତିଷ୍ଠା ହେବ । ଏଥିପାଇଁ ଏଲ ଆଣ୍ଡ ଟିକୁ ଟେଣ୍ଡର ଦିଆଯାଇଛି।

ପୁରୀରେ ହେବ 650 ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ

ଏଥିପାଇଁ ପ୍ରାୟ 224 କୋଟି 55 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। 36 ମାସ ମଧ୍ୟରେ ସରିବ କାର୍ଯ୍ୟ। ଏହା ଦ୍ବାରା ଡାକ୍ତର ସମସ୍ୟା କିଛି ଦୂର ହୋଇପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି ।

ଯାଜପୁରରେ ହେବ ମେଡିକାଲ କଲେଜ

ସେହିପରି ଯାଜପୁର ଚର୍ଣ୍ଣକି ମେଡିକାଲ କଲେଜ ନିର୍ମାଣ ନେଇ କ୍ୟାବିନେଟ ମଞ୍ଜୁରୀ ଦେଇଛି । 100 ସିଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ, ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ 426 କୋଟି 51 ଲକ୍ଷ ଟଙ୍କା ।

ଓଡିଶା ସରକାର ସ୍ବାସ୍ଥ୍ୟ ଅନୁଷ୍ଠାନ ତଥା ଡାକ୍ତରଖାନା ମାନଙ୍କରେ ଯୋଗ୍ୟ ଡାକ୍ତରଙ୍କ ଆବଶ୍ୟକତା ପୂରଣ ପାଇଁ ଭେଷଜ ଶିକ୍ଷାର ପ୍ରସାର ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details