ଯାଜପୁର: ଜନସାଧାରଣଙ୍କ ଚିକିତ୍ସା ପାଇଁ ଦଶରଥପୁର ବ୍ଲକ ଅର୍ଦ୍ଧାଉଳିଆ ଗ୍ରାମରେ ୧୯୯୫ ମସିହାରେ ନିର୍ମାଣ କରାଯାଇଥିଲା ସରକାରୀ ଆୟୁର୍ବେଦ ଚିକିତ୍ସାଳୟ । ଏହି ଚିକିତ୍ସାଳୟଟି ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦ୍ବାରା ନିୟନ୍ତ୍ରଣ ହେଉଥିବାବେଳେ ବର୍ଷ ବର୍ଷ ଧରି ବନ୍ଦ ରହିଛି ।
ଚିକିତ୍ସାଳୟରେ ଡାକ୍ତର ନାହାଁନ୍ତି କି କମ୍ପାଉଣ୍ଡର ନାହାଁନ୍ତି । ନାହିଁ ନାହିଁରେ ଚାଲିଛି ସରକାରୀ ଚିକିତ୍ସାଳୟ । କେବଳ ଖାତା ଖତିଆନରେ ଚାଲିଛି ଚିକିତ୍ସାଳୟ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଏଥିନେଇ ବାରମ୍ବାର ଜନସାଧାରଣଙ୍କୁ ତରଫରୁ ଜିଲ୍ଲାପାଳ/ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଥିଲେ କୌଣସି ସୁଫଳ ମିଳୁନାହଁ ।