ଓଡିଶା

odisha

ETV Bharat / state

ରାସ୍ତାକଡରୁ ନବଜାତ ଶିଶୁ ଉଦ୍ଧାର

ପୁଣି ଏକ ଅଭାବନୀୟ ଘଟଣା । ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁ। ଗ୍ରାମବାସୀ ଶୁଶୁଟିକୁ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଖବର ଦେଇଛନ୍ତି।

By

Published : Jan 10, 2020, 2:16 PM IST

Updated : Jan 10, 2020, 3:10 PM IST

new-born-child-rescue-in-road-of-jajpur
ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ଯାଜପୁର: ପୁଣି ଶିଶୁ କନ୍ୟା ଅଲୋଡ଼ା। ଏଭଳି ଅଭାବନୀୟ ଘଟଣା ଘଟିଛି ବଡ଼ଚଣା ବ୍ଲକ ତିଳପଦା ଗ୍ରାମରେ ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁ । ଏହା ପରେ ଶିଶୁକନ୍ୟାକୁ ଗ୍ରାମବାସୀ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦେଇଛନ୍ତି।

ରାସ୍ତାକଡରୁ ନବଜାତ ଶିଶୁ ଉଦ୍ଧାର

ସୂଚନା ଅନୁଯାୟୀ ସକାଳ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଦର୍ପଣ-କଳକଳା ପୂର୍ତ୍ତ ବିଭାଗ ରାସ୍ତାର ତିଳପଦା ଗ୍ରାମ ନିକଟରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତକଟି ରାସ୍ତା କଡରେ ପଡି କାନ୍ଦୁଥିବାର ସ୍ଥାନୀୟ ଲୋକେ ଶୁଣିବାକୁ ପାଇଥିଲେ। ଉଦ୍ଧାର ହୋଇଥିବା ଶିଶୁକନ୍ୟାର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି । ଗତ ୩/୪ଦିନ ହେବ ଶିଶୁ ଜନ୍ମଲାଭ କରିଥିବା ଅନୁମାନ କରାଯାଉଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 10, 2020, 3:10 PM IST

ABOUT THE AUTHOR

...view details