ଯାଜପୁର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଜେଡିର ଏକ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି । ନବୀନ ହେଲିକ୍ୟାପ୍ଟର ଯୋଗେ ବରୀର ସନ୍ଥନ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ଏକ ବିଶାଳ ସମାବେଶକୁ ଉଦବୋଧନ ଦେଇଥିଲେ ।
ମୋଦି ସରକାରଙ୍କର ଓଡିଶା ପ୍ରତି ଥିବା ବୈମାତୃକ ମନୋଭାବ ଓ କେନ୍ଦ୍ରର ରାଜ୍ୟ ପ୍ରତି ଅବହେଳା ସମ୍ପର୍କରେ ସେ ଆୟୋଜିତ ସଭାରେ ବକ୍ତବ୍ୟ ରଖିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ବରୀର ବିଜେଡି ବିଧାୟିକା ପ୍ରାର୍ଥୀ ସୁନନ୍ଦା ଦାସ ଓ ଯାଜପୁର ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ ଜଣାଇଛନ୍ତି । ଉକ୍ତ ନିର୍ବାଚନୀ ସଭାରେ ଉଭୟ ନେତ୍ରୀଙ୍କ ସହ ପଡୋଶୀ ବିଧାୟକ ପ୍ରାର୍ଥୀ ଓ ନେତୃବୃନ୍ଦ ସାମିଲ ହୋଇଥିଲେ ।