ଓଡିଶା

odisha

ETV Bharat / state

ଚାଷୀଙ୍କୁ ଫସଲବୀମା ରାଶି ମିଳିନଥିବା ଅଭିଯୋଗ କଲା ନବନିର୍ମାଣ କୃଷକ ସଂଗଠନ - jajpur latest news

ବିଂଝାରପୁର ଅଞ୍ଚଳରେ ଚାଷୀଙ୍କୁ ଫସଲବୀମା ରାଶି ମିଳିନଥିବା ଅଭିଯୋଗ କଲା ନବନିର୍ମାଣ କୃଷ୍ଣ ସଂଗଠନ । ଚାଷୀଙ୍କ ସମସ୍ୟା ତୁରନ୍ତ ୧୫ ଦିନ ଭିତରେ ଦାବି ପୂରଣ କର ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଲା ସଂଗଠନ । ଅଧିକ ପଢନ୍ତୁ..

ଚାଷୀଙ୍କୁ ଫସଲବୀମା ରାଶି ମିଳିନଥିବା ଅଭିଯୋଗ କଲା ନବନିର୍ମାଣ କୃଷକ ସଂଗଠନ
ଚାଷୀଙ୍କୁ ଫସଲବୀମା ରାଶି ମିଳିନଥିବା ଅଭିଯୋଗ କଲା ନବନିର୍ମାଣ କୃଷକ ସଂଗଠନ

By

Published : Aug 24, 2020, 5:38 PM IST

ଯାଜପୁର: ଚାଷୀଙ୍କୁ ଫସଲବୀମା ରାଶି ମିଳିନଥିବା ଅଭିଯୋଗ କଲା ନବନିର୍ମାଣ କୃଷକ ସଂଗଠନ । ଏହାସହ ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯାଜପୁର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଂଝାରପୁର ଶାଖା ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନକୁ ଭେଟି ଚାଷୀଙ୍କୁ ମିଳିବାକୁ ଥିବା ଫସଲ ବୀମା ରାଶିକୁ ମିଳିନଥିବା ଅଭିଯୋଗ କରିଛନ୍ତି । ଉକ୍ତ ବୀମାରାଶିଙ୍କୁ ଚାଷୀଙ୍କ ଋଣ ଖାତାରେ ଡିପୋଜିଟ୍ କରାଯାଇଛି କିନ୍ତୁ ସେହି ଅର୍ଥ ଚାଷୀଙ୍କ କାମରେ ଆସିପାରିଲା ନାହିଁ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଛି । ସେହିପରି ରବି ଋତୁ ଧାନ କିଣାରେ ବ୍ୟାପକ ଦୁର୍ନୀତିର ତଦନ୍ତ ସହ ୮ଟି ଦାବିପୂରଣ ପାଇଁ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିଥିଲେ ।

ଚାଷୀଙ୍କୁ ଫସଲବୀମା ରାଶି ମିଳିନଥିବା ଅଭିଯୋଗ କଲା ନବନିର୍ମାଣ କୃଷକ ସଂଗଠନ

ଆସନ୍ତା ସାତ ଦିନ ମଧ୍ୟରେ ଦାବି ପୂରଣ କରାଯିବାକୁ ଉପଜିଲ୍ଲାପାଳ ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ବ୍ଲକ ସଂଯୋଜକ ସନାତନ ସାହୁ, ଜିଲ୍ଲା ସହ ସଂଯୋଜକ ଅଶୋକ ଶାନ୍ତି, ଜିଲ୍ଲା ଉପଦେଷ୍ଟା ଭୁବନାନନ୍ଦ ସାମଲ, ପ୍ରମୁଖ ଭାଗ ନେଇଥିଲେ। ଯଦି ଆସନ୍ତା ୧୫ ଦିନ ମଧ୍ୟରେ ପୂରଣ ନହୁଏ, ତେବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ, ବିଂଝାରପୁର ଶାଖା ପକ୍ଷରୁ ଆମରଣ ଅନଶନ କରିବାକୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details