ଯାଜପୁର: ଟାଉନ ଥାନା ଭେଲଙ୍ଗ ଗ୍ରାମରେ ଗତ 17 ତାରିଖ ରାତିରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଟଙ୍କା ନେଣଦେଣକୁ ନେଇ ସେହି ଗ୍ରାମର 2 ଜଣ ଯୁବକ ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଛନ୍ତି । ପୋଲିସ 2 ଅଭିଯୁକ୍ତ ବିରଞ୍ଚି ମଳିକ ଓ ଅଜୟ ମଳିକକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ଗତ 17 ତାରିଖ ରାତିରେ ଭେଲଙ୍ଗ ଗ୍ରାମର ମାଛ ବ୍ୟବସାୟୀ ଟୁଟୁନ ମଳିକ ପେଟ୍ରୋଲ ଆଣିବାକୁ ସାଇକେଲ ଯୋଗେ ଯାଇଥିଲେ ।
ହେଲେ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟୁଟୁନ ପଡିଥିବା ଦେଖି ଲୋକମାନେ ତାଙ୍କ ପରିବାର ଓ ପୋଲିସକୁ ଖବର ଦେବା ସହ ତାଙ୍କୁ ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରେ ଏହା ଏକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପୋଲିସ ଅନୁମାନ କରିଥିଲା ।