ଓଡିଶା

odisha

By

Published : Mar 21, 2021, 1:41 PM IST

ETV Bharat / state

ଜଳିଗଲା ଘର, ସର୍ଟସର୍କିଟରେ ମା-ପୁଅ ମୃତ

ଅଗ୍ନିକାଣ୍ଡରେ ଜଳିଗଲେ ମା-ପୁଅ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳୀପୁର ଗ୍ରାମରେ । ଅଧିକ ପଢନ୍ତୁ...

ଜଳିଗଲା ଘର, ସର୍ଟସର୍କିଟରେ ମା-ପୁଅ ମୃତ
ଜଳିଗଲା ଘର, ସର୍ଟସର୍କିଟରେ ମା-ପୁଅ ମୃତ

ଯାଜପୁର: ଅଗ୍ନିକାଣ୍ଡରେ ଜଳିଗଲେ ମା-ପୁଅ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳୀପୁର ଗ୍ରାମରେ । ଗ୍ରାମର ସାରା ବିବିଙ୍କ ଘରେ ବିଳମ୍ବିତ ରାତିର ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ନିଆଁକୁ ଲିଭାଇବା ପାଇଁ ସମସ୍ତେ ଉଦ୍ୟମ କରି ନିଆଁକୁ ଆୟତ୍ତ ମଧ୍ୟ କରିଥିଲେ ।

ଜଳିଗଲା ଘର, ସର୍ଟସର୍କିଟରେ ମା-ପୁଅ ମୃତ

ତେବେ ଅଗ୍ନିକାଣ୍ଡର ଖବର ପାଇ ସମ୍ପର୍କୀୟ ମା-ପୁଅ ଆସି ଘରେ ପହଞ୍ଚି ଥିଲେ । ଚାଳ ଘରେ ସର୍ଟ ସର୍କିଟରେ ନିଆଁ ଲାଗିଥିଲା । ନିଆଁ ଆୟତ୍ତ ହେବା ପରେ ମା-ପୁଅ ଘର ଭିତରକୁ ଯିବା ସମୟରେ ବିଦ୍ୟୁତ ଆଘାତ କାରଣରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଚାନ୍ଦ ବିବି ଓ ତାଙ୍କ 7 ବର୍ଷ ର ପୁଅର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଓ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details