ଓଡିଶା

odisha

ETV Bharat / state

ଖଇରାବାଦ ସମବାୟ ସେବା ସମିତିରେ ବ୍ୟାପକ ହେରଫେର ଅଭିଯୋଗ - ଚାଷୀ ମାନଙ୍କର ସମସ୍ୟା

ଯାଜପୁର ଜିଲ୍ଲାର ଖଇରାବାଦ ସମବାୟ ସେବା ସମତିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ସମବାୟ ସେବା ସମିତି କର୍ତ୍ତୃପକ୍ଷ ଚାଷୀ ମାନଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଛନ୍ତି ।ଏ ନେଇ ଜିଲ୍ଲାପ୍ରଶାସନ ନିକଟରେ ଚାଷୀ ମାନେ ଅଭିଯୋଗ କରିବା ପରେ ଏହାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

By

Published : Sep 11, 2019, 2:49 PM IST

ଯାଜପୁର: ଖଇରାବାଦ ସମବାୟ ସେବା ସମିତି ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସମିତିର ଅନେକ ଚାଷୀଙ୍କର ଋଣ ଛାଡ ହୋଇଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ ମିଳିପାରିନାହିଁ ।

ସେହିପରି ଆଗାମୀ ବର୍ଷ ପାଇଁ ଚାଷୀ ମାନଙ୍କ ପଞ୍ଜିକରଣ କରିବାର ନିୟମ ରହିଛି । ସମବାୟ ସମିତି କର୍ତୁପକ୍ଷ ଚାଷୀ ମାନଙ୍କୁ ନାନା ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ସମିତିର ଚାଷୀ ମାନଙ୍କୁ ଦଳୀୟ ଭିତିରେ ହଇରାଣ ହରକତ କରାଯାଉଥିବା ଅଭିଯୋଗ ହୋଇଛି । ଏଥିସହିତ ଖିଲାପକାରୀ ଚାଷୀ ମାନଙ୍କୁ ଆଗାମୀ ସମବାୟ ନିର୍ବାଚନରୁ ବାଦ ଦେବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ମଧ୍ୟ ଅଭିଯୋଗ ହୋଇଛି ।

ଏ ନେଇ ଜିଲ୍ଲାପ୍ରଶାସନ ନିକଟରେ ଚାଷୀ ମାନେ ଅଭିଯୋଗ କରିବା ପରେ ଏହାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । କେତେକ ଚାଷୀଙ୍କର ବ୍ୟାଙ୍କ ଖାତା ନମ୍ବର ମିସ୍ ମ୍ୟାଚ ପାଇଁ ଏଭଳି ସମସ୍ୟା ଦେଖାଦେଇଛି । ଚାଷୀ ମାନଙ୍କର ସମସ୍ୟା ଖୁବ ଶୀଘ୍ର ଦୂର ହେବ ବୋଲି ସମବାୟ ସମିତିର ସଂପାଦକ ସଫେଇ ଦେଇଛନ୍ତି । ଦଳୀୟ ଭିତିରେ ଚାଷୀ ମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details