ଓଡିଶା

odisha

ETV Bharat / state

ଗାନ୍ଧୀ ଜୟନ୍ତୀ ଠାରୁ 'ମୋ ସରକାର' ଯୋଜନା କାର୍ଯ୍ୟକାରୀ - ଜିଲ୍ଲାପାଳ

ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ 'ମୋ ସରକାର' ଯୋଜନା ଯାଜପୁର ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଏକ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

By

Published : Aug 22, 2019, 1:54 PM IST

ଯାଜପୁର: ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ 'ମୋ ସରକାର' ଯୋଜନା ଯାଜପୁର ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଏକ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ଓ ପୋଲିସ ବିଭାଗରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାହାକି ଅନଲାଇନରେ ମନିଟରିଂ କରାଯିବ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ଡ଼ିଆରଡ଼ିଏ ସମ୍ମିଳନୀ ଗୃହରେ 'ମୋ ସରକାର' ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି ୫T ର ପ୍ରଚଳନ କରିବା ଉପରେ ଗୁରୁତ୍ବ ଦେଇଥିଲେ ।

'ମୋ ସରକାର' ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କୁ ତ୍ବରିତ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ସେ ସୂଚନା ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗ ପାଇଁ ଏକ ସ୍ବତନ୍ତ୍ର ଆପର ବ୍ୟବସ୍ଥା କରାଯିବ । ଏହା ମାଧ୍ୟମରେ ଦୈନିକ କେତେ ଲୋକ କେଉଁ କେଉଁ ସମସ୍ୟା ନେଇ ସମ୍ପୃକ୍ତ କାର୍ଯ୍ୟାଳୟକୁ ଆସୁଛନ୍ତି ଓ ସେବା ତାଙ୍କୁ କେତେ ସମୟ ମଧ୍ୟରେ ଉପଲବ୍ଧ କରାଯାଉଛି ତାହାର ଅନୁଧ୍ୟାନ କରାଯିବ ।

ଏପରିକି ମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀ କିମ୍ବା ଉଚ୍ଚ ପଦସ୍ଥ ଅଧିକାରୀ, ସମ୍ପୃକ୍ତ ହିତାଧିକାରୀ ବା ଅଧିକାରୀମାନଙ୍କ ସହ ସେହି ସମସ୍ୟା ଓ ତାର ଅନୁପାଳନ ସମ୍ପର୍କରେ ଯୋଗାଯୋଗ କରିପାରନ୍ତି । ବିଳମ୍ବ କ୍ଷେତ୍ରରେ ସମ୍ପୃକ୍ତ ବିଭାଗ ଅଧିକାରୀଙ୍କ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details