ଓଡିଶା

odisha

ETV Bharat / state

ଆଉ ପାଦେ ଆଗେଇଲା ମିଶନ ଶକ୍ତି, ଯାଜପୁରରେ ଖୋଲିଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ

Mission Shakti Cinema Hall inaugurated: ଯାଜପୁର ଜିଲାରେ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ ଓ କାଫେ । ମହିଳା ମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାର ଲକ୍ଷ୍ୟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 30, 2023, 4:45 PM IST

ମିଶନ ଶକ୍ତିର ଆଉ ଏକ ସଫଳତା , ଯାଜପୁରରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ
ମିଶନ ଶକ୍ତିର ଆଉ ଏକ ସଫଳତା , ଯାଜପୁରରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ

ମିଶନ ଶକ୍ତିର ଆଉ ଏକ ସଫଳତା , ଯାଜପୁରରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ

ଯାଜପୁର: ରାଜ୍ୟର ବିକାଶରେ ରାଜ୍ୟ ସରକାର ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ମହିଳା ମାନଙ୍କ ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ମିଶନଶକ୍ତିର ଭୂମିକା ଅତି ଗୁରୁତ୍ବପୂର୍ଣ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲାରେ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ ଓ କାଫେ । ଜିଲ୍ଲା ମହିଳା ଫେଡେରେସନ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସିନେମା ହଲରେ ପ୍ରତିଦିନ ଦର୍ଶକ ସିନେମା ଉପଭୋଗ କରିପାରିବେ ।

ରାଜ୍ୟରେ ସିନେମା ହଲ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ରାଜ୍ୟସରକାର ପ୍ରଥମ ଥର ପାଇଁ ଯାଜପୁର ଓ ବ୍ୟାସନଗରରେ ଥିବା ସଂସ୍କୃତି ଭବନକୁ ସିନେମା ହଲରେ ପରିଣତ କରିଛନ୍ତି । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରଣ କକ୍ଷରେ ଡିଜିଟାଲ ସାଉଣ୍ଡ ଏବଂ ବିସ୍ତୃତ ସ୍କ୍ରିନରେ ସିନେମାର ମଜା ନେଇପାରିବେ ଦର୍ଶକ । ଆଜି ଏହି ସିନେମା ହଲର ଉଦଘାଟନ ଉତ୍ସବରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ଓଲିଉଡ ଅଭିନେତା ଅରିନ୍ଦମ ରାୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଭାପତି ନଲିନୀ ପ୍ରଭା ଜେନା, ଜିଲା ମହିଳା ପେଂଡେରେସନର ସଭାନେତ୍ରୀ ସୁଜାତା ସାହୁ,ଜିଲା ଉନ୍ନୟନ ଅଧିକାରୀ ଅଶୋକ ବେହୁରିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସିନେମା ହଲର ଟିକେଟ ବୁକ ମାଇଁ ସୋର ୱେବସାଇଟରେ ମଧ୍ୟ ଉପଲବ୍ଧ ହେଉଛି ।

ଏହା ମଧ୍ୟ ପଢନ୍ତୁ...ସ୍ବାବଲମ୍ବୀ ହେବେ ମହିଳା, ଉଦଘାଟିତ ହେଲା ମିଶନ ଶକ୍ତି କାଫେ

ସେହିପରି ବ୍ୟାସନଗର ପୌର ପରିଷଦରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନଶକ୍ତି ଫିଲ୍ମ ହଲ, ମିଶନଶକ୍ତି କାଫେ ଓ ଏକ ଶିଶୁ ଉଦ୍ୟାନକୁ କୋରେଇ ବିଧାୟକ ଅଶୋକ କୁମାର ବଳ ଉଦଘାଟନ କରିଛନ୍ତି l ଏହି ଉଦଘାଟନ ଉତ୍ସବରେ ଅଭିନେତା ଅରିନ୍ଦମ ରାୟ ଯୋଗଦେଇ ମହିଳା ମାନଙ୍କର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାଫେରେ ଅଦରକାରୀ ଆମ୍ବୁଲାନ୍ସ ଗୁଡିକୁ ବ୍ୟବହାର ଉପଯୋଗୀ କରାଯାଇଛି । ଏହା ସହ ଏକ ଛୋଟ ପାର୍କଟିଏ ତିଆରି ହୋଇଛି ଯେଉଁ ଠାରେ ପିଲାମାନଙ୍କ ଖେଳିବା ପାଇଁ ବିଭିନ୍ନ ଖେଳ ସାମଗ୍ରୀ ଉପଲବ୍ଧ ରହିଛି । ଏଥିସହ ଲୋକ ମାନଙ୍କୁ ସୁଲଭ ମୂଲ୍ୟରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ସହ ମହିଳା ମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାର ଲକ୍ଷ୍ୟ ରହିଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details