ଯାଜପୁର:ବିଧାତାର ଏ କି ବିଧାନ। ଯାଜପୁର ଜିଲ୍ଲା ସାରାଙ୍ଗପୁର ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଯାଇ ଜଣେ ନାବାଳକର ଜୀବନ ଚାଲିଯାଇଛି । ଯାଜପୁର ରୋଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳଟିର ମୃତ୍ୟୁ ହୋଇଛି । ଏକମାତ୍ର ପୁଅର ମୃତ୍ୟୁପରେ ମାଆ କୋଳ ଖାଲି ହୋଇଯାଇଛି ।
ସୂଚନା ଅନୁସାରେ, କଇଁଚି ଶାସନ ଗାଁର ସୁଶାନ୍ତ ମଲ୍ଲିକଙ୍କ 4ବର୍ଷର ପୁଅ ସାରଙ୍ଗପୁର ମାମୁଁ ଘରକୁ ଯାଇଥିଲେ l ଆଜି (ରବିବାର) 10ଟା ବେଳେ ମାମୁଁ ଘର ନିକଟରେ ଥିବା ଇଟାଭାଟି ପାଖରେ ଖେଳୁଥିଲେ l ଅନେକ ସମୟ ଧରି ନାବାଳକ ଘରକୁ ନଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ l ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନାବାଳକ ଜଣକ ଇଟାଭାଟି ନିକଟରେ ଥିବା ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ l