ଯାଜପୁର:ଗେଣ୍ଡାଳିଆଙ୍କ ପେଣ୍ଠସ୍ଥଳୀ ପାଲଟିଛି ଯାଜପୁର ଜିଲ୍ଲା। ବ୍ୟାସନଗର ସହରର ସାପଗଡିଆ, ଧାନମଣ୍ଡଳ ରେଳ ଷ୍ଟେସନ ଓ ସୁକିନ୍ଦା ଥାନା ପରିସରରେ ଏବେ ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀ ଦେଖିବାକୁ ମିଳୁଛି । ଏହି ପକ୍ଷୀଗୁଡ଼ିକ ଗତ 25 ବର୍ଷରୁ ଊର୍ଦ୍ଧ୍ଵ ହେବ ସମ୍ପୃକ୍ତ ଅଞ୍ଚଳରେ ଥିବା ଗଛରେ ବସାବାନ୍ଧି ରହି ଆସୁଛନ୍ତି l ଏହି ପକ୍ଷୀଗୁଡ଼ିକ ଜୁଲାଇ ମାସ ଆରମ୍ଭରୁ ଆସୁଥିବାବେଳେ ଡିସେମ୍ବର ମାସ ବେଳକୁ ଏମାନେ ଚାଲି ଯାଇଥାନ୍ତି l ଏହି ପକ୍ଷୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅଧିକ ସୁରକ୍ଷା ପାଇଁ ବନ ବିଭାଗକୁ ନିବେଦନ କରିଛନ୍ତି ।
ଜିଲ୍ଲାରେ ସର୍ବାଧିକ ଗେଣ୍ଡାଳିଆ ପକ୍ଷୀ ବ୍ୟାସନଗର ସହରର ସାପଗଡିଆ ଅଞ୍ଚଳରେ ଦେଖିବାକୁ ମିଳୁଛି l ଫଳରେ କିଚିରି ମିଚିରି ଶବ୍ଦରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ l ଦୀର୍ଘ 25 ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ସେମାନେ ଏହି ସମୟରେ ଏଠାକୁ ଆସୁଛନ୍ତି l ଏହିଠାରେ ରହି ବସା ବାନ୍ଧିବା ପରେ ଅଣ୍ଡା ଦେଇଥାନ୍ତି। ନିର୍ଦ୍ଧାରିତ ସମୟରେ ଅଣ୍ଡା ଫୁଟିବା ପରେ କୁନି ପକ୍ଷୀ ଶାବକ ବାହାରି ଖଣ୍ଡି ଉଡ଼ା ଦେଇଥାନ୍ତି l ବର୍ଷା ଝଡ଼ ସମୟରେ ଗଛ ତଳକୁ ଖସି ପଡୁଥିବାରୁ ଅନେକ ପକ୍ଷୀ ଶାବକଙ୍କର ବେଳେ ବେଳେ ମୃତ୍ୟୁ ହେଉଥିବାର ମଧ୍ୟ ନଜିର ରହିଛି l ପକ୍ଷୀଗୁଡିକ ବଡ଼ ହୋଇଗଲେ ଡିସେମ୍ବର ମାସ ଶେଷ ସୁଦ୍ଧା ପୁଣି ଫେରି ଯାଇଥାନ୍ତି l ସେପଟେ ଏହି ପକ୍ଷୀକୁ ଅଧିକ ସୁରକ୍ଷା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି l
ଏହା ବି ପଢନ୍ତୁ...ବର୍ଷା ଆଗମନର ସନ୍ଦେଶ ନେଇ ଗାଁକୁ ଆସୁଛନ୍ତି ବିଦେଶୀ ପକ୍ଷୀ, ଅତିଥିଙ୍କ ଆଗମନରେ ମୁଖରିତ ପରିବେଶ