ଓଡିଶା

odisha

ETV Bharat / state

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର, ହନ୍ତସନ୍ତ ରୋଗୀ - problem

ଲମ୍ବା ଧାଡି ବାନ୍ଧିଛନ୍ତି ଶହଶହ ରୋଗୀ । ଏ ଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହେଁ , ବରଂ ବ୍ୟାସନଗରରେ ଥିବା ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର । ନାହିଁ ନାହିଁରେ ଚାଲିଛି ଜିଲ୍ଲାର ଏହି ଡାକ୍ତରଖାନା । 3 ଜଣ ଡାକ୍ତରଙ୍କୁ ନେଇ ଦୀର୍ଘ 2 ବର୍ଷ ହେବ ଚିକିତ୍ସା ଚାଲିଥିବା ବେଳେ ରୋଗୀମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

By

Published : Jul 9, 2019, 8:31 PM IST

ଯାଜପୁର: ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମୁଖ୍ୟ ସମସ୍ୟା ହୋଇଉଠିଛି ଡାକ୍ତରଙ୍କ ଅଭାବ । ଏହିପରି ଅସୁବିଧା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳରେ ଥିବା ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ଦେଖିବା ପାଇଁ ମାତ୍ର 3 ଜଣ ଡାକ୍ତର ରହିଛନ୍ତି । ତେବେ ଜିଲ୍ଲାର ଏ ସମସ୍ୟା ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘଦିନର ।

ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଭାରତ ଷ୍ଟିଲର ରାଜଧାନୀ କୁହାଯାଉଥିବା କଳିଙ୍ଗନଗର ମୁଖଶାଳା ବ୍ୟାସନଗରରେ ଥିବା ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 1945 ମସିହାରେ ପ୍ରତିଷ୍ଠା ହେଇଥିଲା । କିନ୍ତୁ ପ୍ରତିଷ୍ଠା ଦିନରୁ ଏହା ଉନ୍ନତି ବଦଳରେ ଅବନତୀର ଶିଖର ଦେଶକୁ ଅତିକ୍ରମ କରୁଛି ।

ଡାକ୍ତରଖାନାକୁ ଚଳାଇବାକୁ ବର୍ତ୍ତମାନ ସ୍ଥିତିରେ ମାତ୍ର 3ଜଣ ଡାକ୍ତର ରହିଛନ୍ତି । ସେଥିମଧ୍ୟରୁ ଜଣେ ରଥଯାତ୍ରା ଡ୍ୟୁଟିରେ ଯାଇଥିବା ବେଳେ ଏବେ ମାତ୍ର ଦୁଇଜଣ ଚଲାଉଛନ୍ତି ଏହି ଡାକ୍ତରଖାନାକୁ । ତେବେ ଖଣି ଖାଦାନ ଭରା ଏହି ଅଞ୍ଚଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଜନିତ ଶହଶହ ରୋଗୀ ଆସି ଫେରିକି ଯାଉଛନ୍ତି । ଏହାସହ ଦୂରରୁ ଆସୁଥିବା ରୋଗୀ ଚିକିତ୍ସା ପାଇନପାରି ପ୍ରାଇଭେଟରେ ଦେଖାଇ ଖର୍ଚ୍ଚାନ୍ତ ହେଉଛନ୍ତି ।

ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପୌରାଞ୍ଚଳର 26 ଗୋଟି ୱାର୍ଡ ନିର୍ଭର କରନ୍ତି । ବର୍ତ୍ତମାନ ପରିସ୍ଥିତିରେ ଡାକ୍ତର ପଦବୀ ଖାଲିପଡିଛି ତା ନୁହେଁ ଆବଶ୍ୟକ ସଂଖ୍ୟକ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ନାହାଁନ୍ତି । ସବୁଠାରୁ ବଡ଼ କଥା ସାରା ଭାରତରେ ନଗଡ଼ାର ଅପପୃଷ୍ଟି ଜନିତ ଶିଶୁ ମୃତ ଘଟଣା ପରେ ଜିଲ୍ଲାରେ ଜଣେ ମାତ୍ର ଶିଶୁ ବିଶେଷଜ୍ଞ ନରହିବା ଦୁଃଖର ବିଷୟ ।

ଅନ୍ୟପଟେ ଏହି ଅବ୍ୟବସ୍ଥା ସମ୍ପର୍କରେ ବ୍ୟାସନଗରବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁନାହାଁନ୍ତି । ସେପଟେ ଡାକ୍ତର ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଆବଶ୍ୟକ ସ୍ଥାନ ମାନଙ୍କରେ ପୂରଣ କରାଯିବ ବୋଲି ଯାଜପୁର ସିଡ଼ିଏମଓ କହିଛନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀ କେବଳ ପ୍ରତିଶ୍ରୁତି ଦେଇ ନିଜର କାମ ସାରିଦେଉଛନ୍ତି । କିନ୍ତୁ ପ୍ରତିଶ୍ରୁତି ପୂରଣ କଥାକୁ ଭୁଲିଯିବା ଦୁର୍ଭାଗ୍ୟର ବିଷୟ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details