ଓଡିଶା

odisha

ETV Bharat / state

ପୁଣି ଜୀବନ ନେଲା ଲୌହ ଦାନବ, ଯାଜପୁରରେ ମାଲବାହୀ ଟ୍ରେନ ଚଢ଼ିଯିବାରୁ ୬ ମୃତ - ରେଳ ଦୁର୍ଘଟଣା

ଯାଜପୁର ରୋଡ୍‌ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ ଚଢ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ପୁଣି ଜୀବନ ନେଲା ଲୌହ ଦାନବ
ପୁଣି ଜୀବନ ନେଲା ଲୌହ ଦାନବ

By

Published : Jun 7, 2023, 5:23 PM IST

Updated : Jun 7, 2023, 7:38 PM IST

ପୁଣି ଜୀବନ ନେଲା ଲୌହ ଦାନବ

ଯାଜପୁର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାର ଭୟ ମନରୁ ନଲିଭୁଣୁ ପୁଣି ରେଳ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ । ଯାଜପୁର ରୋଡ୍‌ ରେଳ ଚୂନଭାଟି ପ୍ଲଟ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ ଚଢ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାଥମିକ ସୂଚନା ଅନୁସାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଲାଗି ରହିଥିବା ଘୂର୍ଣ୍ଣିଝଡ଼ରୁ ବର୍ତ୍ତିବା ପାଇଁ ଛିଡ଼ା ହୋଇଥିବା ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ୍‌ ଚଢ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ ଆଜି ଅପରାହ୍ନରେ ଘୂର୍ଣ୍ଣିଝଡ଼ ବର୍ଷା ଲାଗି ରହିଥିଲା । ଏହି ବର୍ଷାରୁ ବର୍ତ୍ତିବା ପାଇଁ ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିକଟରେ କିଛି ଶ୍ରମିକ ରେଳ ଧାରଣାରେ ରହିଥିବା ଏକ ଇଞ୍ଜିନ ବିହୀନ ୧୨ଟି ବଗି ବିଶିଷ୍ଟ ମାଲବାହୀ ଟ୍ରେନ ତଳେ ଆଶ୍ରୟ ନେଇଥିଲେ । ବର୍ଷା ପବନ ପ୍ରଭାବରେ ହଠାତ ମାଲ ଗାଡ଼ିଟି ୫୦୦ ମିଟର ଗଡି ଯାଇଥିଲା । ଏହା ତଳେ ରହିଥିବା ଶ୍ରମିକ ମାନଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ହେଇଛନ୍ତି । ଖବର ପାଇ ସ୍ଥାନୀୟ ଯୁବକ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିବା ସୂଚନା ମିଳିଛି ।

ତେବେ କ୍ରମାଗତ ଭାବେ ରାଜ୍ୟରେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ପଟେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ବାରମ୍ବାର ଟ୍ରେନ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଗତ ୬ ଦିନ ମଧ୍ୟରେ ରାଜ୍ୟରେ ୩ଟି ପୃଥକ ରେଳ ଦୁର୍ଘଟଣା ଘଟିଲାଣି । ୨ ତାରିଖରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ, ଯଶୋବନ୍ତପୁର ଏକ୍ସପ୍ରେସ ଓ ଏକ ମାଲଗାଡି ମଧ୍ୟରେ ତ୍ରିକୋଣୀୟ ଦୁର୍ଘଟଣା ଘଟିଥଲା । ସରକାରୀ ତଥ୍ୟ ଅନୁସାରେ ଏହି ଦୁର୍ଘଟଣାରେ ମୋଟ 288 ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ । ଯାହାର ତଦନ୍ତ ଜାରି ରହିଛି । ପରେ ଗତ ସୋମବାର ବରଗଡ଼ରେ ପୁଣି ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା । ଏଥିରେ କେହି ମୃତାହତ ହୋଇନଥିଲେ । ଆଜି ପୁଣି ଯାଜପୁରରେ ଏହି ଦୁର୍ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୬ ଜଣ ପ୍ରାଣ ହରାଇଥିବା ସହ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ଗତକାଲି ମଧ୍ୟ ବ୍ରହ୍ମପୁର ଷ୍ଟେସନ୍‌ ଠାରେ ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସ୍‌ରେ ସଟ୍‌ ସର୍କିଟ୍‌ କାରଣରୁ ନିଆଁ ଲାଗିଥିବା ଖବର ଆସିଥିଲା ।

ଇଟିଭି ଭାରତ, ଯାଜପୁର

Last Updated : Jun 7, 2023, 7:38 PM IST

ABOUT THE AUTHOR

...view details