ଯାଜପୁର: ଧିରେ ଧିରେ ଖୋଲୁଛି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଗୁମର । ଦିନ ଗଡିବା ସହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅର୍ଚ୍ଚନା ନାଗଙ୍କ ସହ(Lady blackmailer Archana Nag) ସହ ବଡ ବଡ ନେତା, ମନ୍ତ୍ରୀ,ପୋଲିସ ଓ ଅଫିସରଙ୍କ ଫଟୋ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ଏବେ ହଇଚଇ ସୃଷ୍ଟି ହୋଇଛି । ବିଜେପି ମହିଳା ମୋର୍ଚ୍ଚା ସିବିଆଇ ତଦନ୍ତ ଦାବି କରିଥିବା ବେଳେ ଏହାକୁ କଡା ସମାଲୋଚନା କରିଛନ୍ତି ରାଜ୍ଯ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା । ପୂର୍ବରୁ ଅନେକ ଘଟଣାର ସିବିଆଇ ତଦନ୍ତ କରାଯାଇଛି, କିନ୍ତୁ ଆମେ ଏହାର ଫଳାଫଳ କଣ ତାହା ସମସ୍ତଙ୍କୁ ଜଣା, ତେଣୁ କ୍ରାଇମ ବ୍ରାଞ୍ଚ ଓ ପୋଲିସ ଏହି ଘଟଣାର ତଦନ୍ତ କରୁ ।
'' ଏଥି ସହ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ଚଲାଉଥିବା ଘଟଣାକୁ ନେଇ ବନ୍ଦିତା ପରିଡା ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି, ଏହି ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରିବା ସହିତ ଅର୍ଚ୍ଚନା ସହ ସମ୍ପୃକ୍ତ ରାଜନେତାଙ୍କ ମୁଖା ଖୋଲିବାକୁ ଆହ୍ବାନ କରିଛନ୍ତି କଂଗ୍ରେସ ନେତ୍ରୀ । ଜବତ ସିସିଟିଭି ଫୁଟେଜ ଓ ପେନଡ୍ରାଇଭକୁ ଯାଞ୍ଚ କରିବା ସହିତ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଅଣାଯାଇ ଘଟଣାର ଖୋଳତାଡ କରାଯାଉ ବୋଲି ବନ୍ଦିତା ପରିଡା ଦାବି କରିଥିଲେ ।''
ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲା, ସିବିଆଇ ତଦନ୍ତ ଦାବି କଲା BJP
''ଏହି ରାକେଟ ପଛରେ ଉଭୟ ବିଜେପି ଏବଂ ସରକାରୀ ଦଳର ସମ୍ପୃକ୍ତି ରହିଛି । ତେଣୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହିତ ପୋଲିସ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁ ବୋଲି ସେ କହିଛନ୍ତି । ତରବରିଆ ଭାବେ ଅର୍ଚ୍ଚନା ନାଗକୁ ଗିରଫ କରିବା ଦ୍ବାରା ପୋଲିସର କାର୍ଯ୍ୟକଳାପ ମଧ୍ଯ ସନ୍ଦେହ ଘେରକୁ ଆସିଛି । ସବୁ ତଥ୍ଯ ପଦାକୁ ଆସିବା ଦରକାର ବୋଲି ସେ କହିଛନ୍ତି । ଏଥିରେ ଘଣ୍ଟ ଘୋଡାଇବାକୁ ଚେଷ୍ଟା କଲେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ।''