ଓଡିଶା

odisha

କରୋନା ପ୍ରକୋପରେ ବନ୍ଦ ହେଲା ମହାବାରୁଣୀ ସ୍ନାନ

କରୋନା ପ୍ରକୋପରେ ବନ୍ଦ ହେଲା ମହାବାରୁଣୀ ସ୍ନାନ । ଯାଜପୁର ଜିଲ୍ଲା ବୈତରଣୀ ନଦୀର ଦଶ୍ବାଶମେଧ ଘାଟରେ ହେବାକୁ ଥିବା ବାରୁଣୀ ବୁଡକୁ ଶନିବାର ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ ...

By

Published : Mar 21, 2020, 4:55 PM IST

Published : Mar 21, 2020, 4:55 PM IST

Mahabaruni was stopped by the corona outbreak
କରୋନା ପ୍ରକୋପରେ ବନ୍ଦ ହେଲା ମହାବାରୁଣୀ ସ୍ନାନ

ଯାଜପୁର: କରୋନା ପ୍ରକୋପରେ ବନ୍ଦ ହୋଇଗଲା ମହାବାରୁଣୀ ସ୍ନାନ । ଯାଜପୁର ଜିଲ୍ଲା ବୈତରଣୀ ନଦୀର ଦଶ୍ବାଶମେଧ ଘାଟରେ ହେବାକୁ ଥିବା ବାରୁଣୀ ବୁଡକୁ ଶନିବାର ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।

କରୋନା ପ୍ରକୋପରେ ବନ୍ଦ ହେଲା ମହାବାରୁଣୀ ସ୍ନାନ

ଶନିବାର ବାଳାଶ୍ରମ ପଡିଆ ଓ ଦଶାଶ୍ବମେଧ ଘାଟ ଅଞ୍ଚଳରେ ୨ ପ୍ଲାଟୁନ ପୋଲିସ ପୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଘାଟକୁ ନଯିବାକୁ ଶ୍ରଦ୍ଧାଳୁମାନଙ୍କୁ ପରାମର୍ଶ ଦେଉଛନ୍ତି । ସେପଟେ ପ୍ରଶାସନର ଏପରି ନିଷ୍ପତ୍ତିକୁ ବ୍ରାହ୍ମଣ ମାନେ ସ୍ବାଗତ କରିଛନ୍ତି ।

ବର୍ତ୍ତମାନରେ ଘଡିସନ୍ଧି ମୂହୂର୍ତ୍ତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନର ଉଦ୍ୟମକୁ ସମର୍ଥନ ଜଣାଇଛନ୍ତି । ଦୀର୍ଘ ୧୨ ବର୍ଷ ଚଳିତ ବର୍ଷ ମହାବାରୁଣୀ ଯୋଗ ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇବାର ସମ୍ଭାବନା ଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details